
ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯିବେ। ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କ ଦର୍ଶନ କରିବେ। କରୋନା ପରେ ସେ ପ୍ରଥମଥର ପାଇଁ ଶ୍ରୀମନ୍ଦିରକୁ ଯାଉଛନ୍ତି। ସେ ପୂର୍ବାହ୍ନରେ ପୁରୀରେ ପହଞ୍ଚିବେ ବୋଲି ଜଣାଯାଇଛି।
କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ନେଇ ମୁଁ ଉତ୍ସାହିତ। ସବୁ ତାଙ୍କରି ଇଚ୍ଛା। ଜୟ ଜଗନ୍ନାଥ।
pic.twitter.com/CUqPswAaxj
— Naveen Patnaik (@Naveen_Odisha) February 8, 2021
ମୁଖ୍ୟମନ୍ତ୍ରୀ ଏନେଇ ଟୁଇଟ୍ କରି ଲେଖିଛନ୍ତି, ‘ କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ନେଇ ମୁଁ ଉତ୍ସାହିତ। ସବୁ ତାଙ୍କରି ଇଚ୍ଛା। ଜୟ ଜଗନ୍ନାଥ।’
ତେବେ ଶ୍ରୀମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।
ଶ୍ରୀଜଗନ୍ନାଥ ହେରିଟେଜ କରିଡର ଗଠନ କରି ରାଜ୍ୟ ସରକାର ବିଭିନ୍ନ ବିକାଶମୂଳକ କାମ ଆଗେଇ ନେଉଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ଏଥିରେ ବାଧକ ସାଜି ବୋଲି କୁହାଯାଉଛି। ଏପରିକି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି। ଏସବୁ ଘଟଣାକ୍ରମକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ନେଇ ସେଠାରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି।
The post ପୁରୀ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଶ୍ରୀମନ୍ଦିରରେ କରିବେ ଶ୍ରୀଜୀଉଙ୍କ ଦର୍ଶନ first appeared on Sambad.
from ରାଜ୍ୟ – Sambad https://ift.tt/3cQbhjn
0 Comments