ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ : କଟକ ଓ ଭୁବନେଶ୍ବରରେ ‘ମୋ ବସ୍’ ଚଳାଚଳ ସ୍ବାଭାବିକ

ଭୁବନେଶ୍ବର: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି।

ଠିକ୍ ସେହିପରି କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ଚଳାଚଳ ବନ୍ଦ ରହିଛି। କିନ୍ତୁ କଟକ ଓ ଭୁବନେଶ୍ବରରେ ‘ମୋ ବସ୍’ ଚଳାଚଳ ସ୍ବାଭାବିକ ରହିଛି। ତେବେ ରାସ୍ତାରେ ଆଜି କମସଂଖ୍ୟକ କାର୍, ଅଟୋ ଆଦି ଚାଲୁଥିବାର ଦେଖିବାକୁ ମିଳୁଛି। କୌଣସି ସ୍ଥାନରେ ଏଯାବତ୍ ଅପ୍ରୀତିକର ପରିସ୍ଥିତି ଘଟିଥିବାର ସୂଚନା ନାହିଁ।


ସୂଚନାଯୋଗ୍ୟ, ଜିଏସଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ (ଏଫ୍ଏସ୍ଏସ୍ଆଇ) ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛି। ସର୍ବଭାରତୀୟ ବ୍ୟବସାୟୀ ସଂଘ ୨୬ତାରିଖରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି।

The post ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ : କଟକ ଓ ଭୁବନେଶ୍ବରରେ ‘ମୋ ବସ୍’ ଚଳାଚଳ ସ୍ବାଭାବିକ first appeared on Sambad.



from ରାଜ୍ୟ – Sambad https://ift.tt/37MZO0K

Post a Comment

0 Comments