୧୦ ଦିନ ପର୍ଯ୍ୟନ୍ତ ଶୀତ ଫେରିନପାରେ

ଭୁବନେଶ୍ବର : ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିପାରେ। କିନ୍ତୁ ଏହାପରେ ରାଜ୍ୟର ତାପମାତ୍ରା ଧୀ‌ରେ ଧୀରେ ବୃଦ୍ଧି ପାଇବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ସେପଟେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରୁ ଶୀତ ହଜିଯିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ତାଙ୍କ ଆକଳନ କହୁଛି, ଆଜିଠାରୁ ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବୃଦ୍ଧି ଘଟିବା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ବି ଶୀତ କମିଛି। ଉପକୂଳ ଓଡ଼ିଶାରେ ୧୦ ତାରିଖରୁ ଶୀତ କମିବା ଆରମ୍ଭ ହୋଇଯିବ। ଏହିଭଳି ସାରା ରାଜ୍ୟରେ ଧୀରେଧୀରେ ଶୀତ କମିଯିବ ଓ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଶୀତ ହେବାର ସମ୍ଭାବନା ବହୁତ କମ୍‌। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୧୧ ଓ ୧୨ ତାରିଖରେ ଏହି ତାପମାତ୍ରା ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ୧୨ତାରିଖ ପରେ ପରବର୍ତୀ ୩ ଦିନରେ ଆଉ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଆଭ୍ୟନ୍ତରୀଣ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତାକାଲିଠାରୁ ସର୍ବନିମ୍ନ ତାପମାତ୍ରା ଧୀରେଧୀରେ ବଢ଼ିବ ଓ ୧୩ ତାରିଖ ସୁଦ୍ଧା ପ୍ରାୟ ୪ ଡିଗ୍ରି ଅଧିକ ରହିବ।

The post ୧୦ ଦିନ ପର୍ଯ୍ୟନ୍ତ ଶୀତ ଫେରିନପାରେ first appeared on Sambad.



from ରାଜ୍ୟ – Sambad https://ift.tt/3tAoZ01

Post a Comment

0 Comments