
ଉଲୁଣ୍ଡା : ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ୧୦ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଉଲୁଣ୍ଡା ଥାନା ସିଣ୍ଢୋଲ ଗାଁର ରବୀନ୍ଦ୍ର ପୁଟେଲ ଏହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୧୦ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିଥିଲେ। ୨ ମାସ ତଳେ କୌଣସି କାମ ଥିବା ବାହାନା କରି ଯୁବତୀ ଜଣକ କୁଲିମଜୁରି କରି ରଖିଥିବା ୧୦ ହଜାର ଟଙ୍କା ଓ ଏଟିଏମ୍ କାର୍ଡ ନେଇ ଯାଇଥିଲେ। ଏବେ ଯୁବତୀ ଜଣକ ରବୀନ୍ଦ୍ରଙ୍କୁ ବିବାହ କଥା କହିବାରୁ ତାଙ୍କ ପରିବାରର ବୃନ୍ଦାବନ ପଟେଲ ଓ ପ୍ରଦୀପ ପଟେଲ ଯୁବତୀଙ୍କୁ କଟୁ କଥା କହିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ଯୁବତୀ ଜଣକ ରବିବାର ଉଲୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ଉଲୁଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି।
The post ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ପରେ ଧୋକା; ଟଙ୍କା, ଏଟିଏମ୍ କାର୍ଡ ବି ନେଇଗଲେ first appeared on Sambad.
from ରାଜ୍ୟ – Sambad https://ift.tt/3uGJ0CE
0 Comments