ସମ୍ବାଦ ପକ୍ଷରୁ ‘ଓଡ଼ିଶା ଯୋଗାଥନ୍‌’ ୨୮ରେ

ଭୁବନେଶ୍ୱର : ଆଜିର ବ୍ୟସ୍ତବହୁଳ ଜୀବନରେ ଶରୀରକୁ ଫିଟ୍‌ ରଖିବା ପାଇଁ ଯୋଗାଭ୍ୟାସ ଜରୁରୀ ହୋଇପଡ଼ିଛି। ଯୋଗର ଉପକାରିତା ସଂପର୍କ‌ରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଚଳିତବର୍ଷ ବି ‘ସମ୍ବାଦ’ ପକ୍ଷରୁ ‘ଓଡ଼ିଶା ଯୋଗାଥନ୍‌’ ଆୟୋଜିତ ହେବ। ଆସନ୍ତା ୨୮ ତାରିଖ (ରବିବାର) ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣରେ ବହୁ ଯୋଗ ପ୍ରଶିକ୍ଷକ ଯୋଗଦେଇ ଲୋକଙ୍କୁ ଯୋଗାଭ୍ୟାସ ଶିଖାଇବେ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପୁଲିସ୍‌ କମିସନର୍‌ ଡ. ସୁଧାଂଶୁ ଷଡ଼ଙ୍ଗୀ, ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ଯୋଗ ପ୍ରଶିକ୍ଷକମାନେ ଯୋଗଦେଇ ‘ଯୋଗ’ ଉପରେ ବକ୍ତବ୍ୟ ରଖିବେ। ଏହାପରେ ଓଁ ଧ୍ବନି ଉଚ୍ଚାରଣ, ସୂର୍ଯ୍ୟନମସ୍କାର, ଭକ୍ତିଯୋଗ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଏଥିରେ ଭାଗ ନେବାକୁ ଆଗ୍ରହୀ ବ୍ୟକ୍ତିବିଶେଷ ଭୋର୍‌ ୫ଟାରେ ଷ୍ଟାଡିୟମ୍‌‌‌ରେ ପହଞ୍ଚି ନିଜ ନାମ ପଞ୍ଜୀକରଣ କରିବା ସହ ଯୋଗ ମ୍ୟାଟ୍‌ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି।

The post ସମ୍ବାଦ ପକ୍ଷରୁ ‘ଓଡ଼ିଶା ଯୋଗାଥନ୍‌’ ୨୮ରେ first appeared on Sambad.



from ରାଜ୍ୟ – Sambad https://ift.tt/3aWfy3q

Post a Comment

0 Comments