
ଭୁବନେଶ୍ବର :୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ୍ ୯ ତାରିଖ ଯାଏ ଚାଲିବ। ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୁଧବାର ଦିନ ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକ ଦଳ ବୈଠକ ବସିବ। ବିଜେଡି ବିଧାୟକ ଦଳ ବୈଠକ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି ଦିନ ସାଢ଼େ ୧୨ଟାରେ ବିରୋଧୀ ଦଳ ଉପପେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଦଳର ବିଧାୟକମାନଙ୍କ ସହ ରାଜ୍ୟ ନେତୃବୃନ୍ଦ ମଧ୍ୟ ଯୋଗ ଦେବେ। ସେହିପରି ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହେବ। ୧୮ ତାରିଖ ସନ୍ଧ୍ୟାରେ ୬ଟାରେ କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ଆଉ ଥରେ ବିଧାୟକମାନଙ୍କ ବୈଠକ ହେବ ବୋଲି ସୂଚନା ମିଳିଛି।
The post କାଲିଠାରୁ ବିଧାନସଭା ଅଧିବେଶନ, ଆଜି ରଣନୀତି ପ୍ରସ୍ତୁତ କରିବେ ସବୁ ଦଳ first appeared on Sambad.
from ରାଜ୍ୟ – Sambad https://ift.tt/3bs1Dl1
0 Comments