ମୋନିକା ଫିକି ଓଡ଼ିଶାର ପୁଣି ଅଧ୍ୟକ୍ଷା ମନୋନୀତ

ଭୁବନେଶ୍ବର : ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଶିଳ୍ପ ସଂଘ ‘ଫିକି ଓଡ଼ିଶା ରାଜ୍ୟ ପରିଷଦ’ର ଅଧ୍ୟକ୍ଷା ଭାବେ ପୁନଃ ମନୋନୀତ ହୋଇଛନ୍ତି। ୨୦୨୧-୨୨ ଅବଧି ପାଇଁ ଅଧ୍ୟକ୍ଷା ଭାବେ ଦାୟିତ୍ବ ଜାରି ରଖିବା ଲାଗି ତାଙ୍କୁ ଫିକିର ନବନିଯୁକ୍ତ ଜାତୀୟ ସଭାପତି ଉଦୟ ଶଙ୍କର ଆମନ୍ତ୍ରଣ କରିଛନ୍ତି। ମୋନିକା ୨୦୨୦-୨୧ ପାଇଁ ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସଫଳତାର ସହ ଅନେକ ଉଚ୍ଚ ସ୍ତରୀୟ ଆଲୋଚନାରେ ଶିଳ୍ପ କ୍ଷେତ୍ରର ନେତୃତ୍ବ ନେଇଛନ୍ତି। ସେ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ତ୍ତୃପକ୍ଷଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାଗ ନେଇଥିବା ବେଳେ ନିବେଶର ପ୍ରସାର ଲାଗି ଅଗ୍ରଣୀ ଶିଳ୍ପ ସଂସ୍ଥା ସହ ଆଲୋଚନା ମଧ୍ୟ କରିଛନ୍ତି। ଫିକିର ଏକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ‘ଓଡ଼ିଶା ୫୦’କୁ ମଧ୍ୟ ସେ ଆରମ୍ଭ କରିଛନ୍ତି ଯାହାର ଲକ୍ଷ୍ୟ ହେଉଛି ରାଜ୍ୟରେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ପ୍ରସାର କରିବା। ସମ୍ବାଦ ଗ୍ରୁପ୍ ଓ ଓଡ଼ିଶା ସରକାରଙ୍କ ମିସନ ଶକ୍ତି ସହଯୋଗରେ ଏହି ଅଭିଯାନ ଜାରି ରହିଛି। ମୋନିକା ଆସୋସିଏସନ୍ ଅଫ୍‌ ରେଡିଓ ଅପରେଟର୍ସ ଅଫ୍ ଇଣ୍ଡିଆର ପରିଚାଳନା ପରିଷଦରେ ମଧ୍ୟ ଅଛନ୍ତି।

ବେଦାନ୍ତ ଲିମିଟେଡ୍‌ ଝାରସୁଗୁଡ଼ାର ସିଇଓ ସି ଏନ୍ ସିଂହଙ୍କୁ ୨୦୨୧-୨୨ ପାଇଁ ଫିକି ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଭାବେ ମଧ୍ୟ ପୁନଃ ମନୋନୀତ କରାଯାଇଛି। ଏହି ପଦରେ ଆଉ ଏକ ମିଆଦ କାର୍ଯ୍ୟ କରିବା ଲାଗି ତାଙ୍କୁ ମଧ୍ୟ ଫିକିର ଜାତୀୟ ସଭାପତି ଶ୍ରୀ ଶଙ୍କର ଆମନ୍ତ୍ରଣ କରିଛନ୍ତି। ଫିକିକୁ ଓଡ଼ିଶା ସରକାର ଜାତୀୟ ଶିଳ୍ପ ସହଯୋଗୀ ଭାବେ ଘୋଷଣା କରିଛନ୍ତି।

The post ମୋନିକା ଫିକି ଓଡ଼ିଶାର ପୁଣି ଅଧ୍ୟକ୍ଷା ମନୋନୀତ first appeared on Sambad.



from ରାଜ୍ୟ – Sambad https://ift.tt/2KXSAih

Post a Comment

0 Comments