ସାଲେପୁରରେ ଚାଞ୍ଚଲ୍ୟ: ମୁହଁ, ଗୋଡ଼ ବାନ୍ଧି ନାବାଳିକାକୁ ଗଣଦୁଷ୍କର୍ମ

ସାଲେପୁର: ସାଲେପୁର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକାର ମୁହଁ ଓ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ନାବାଳିକାର ମା’ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ପୀଡ଼ିତାର ନାବାଳିକାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ତାଙ୍କ ବାପାମା’ କାମ କରିବାକୁ ପ୍ରାୟତଃ ବ‌ାହାରକୁ ଯାଇଥା’ନ୍ତି। ଗତ ୧୬ ତାରିଖରେ ଉଭୟଙ୍କ ଅନୁପସ୍ଥିତର ସୁଯୋଗ ନେଇ ପୂର୍ବରୁ ସେମାନଙ୍କ ଘରକୁ ଆସୁଥିବା ଜଣେ ଯୁବକ ଗାମୁଛାରେ ନାବାଳିକାର ମୁହଁ ଓ ଗୋଡ଼କୁ ବାନ୍ଧି ଦୁଷ୍କର୍ମ କରିଥିଲା। ଖାଲି ସେ ଏକା ନୁହେଁ କିମ୍ବା ଥରୁଟିଏ ନୁହେଁ, ଅନ୍ୟ ଜଣେ ଲୋକ ସହ ବି ଦୁଷ୍କର୍ମ କରିଥିଲା। ଠିକ୍‌ ପରଦିନ ବି ସମାନ ଘଟଣା ଘଟିଲା। ସେହି ଯୁବକ ଓ ଅନ୍ୟଜଣେ ପୁଣିଥରେ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାରିକୁ କହିଲେ ନାବାଳିକା ଓ ତା ସାନଭାଇକୁ ହତ୍ୟା କରିବେ ବୋଲି ସେମାନେ ଧମକ ଦେଇଥିଲେ। ଫଳରେ ନାବାଳିକା ଜଣକ ଭୟରେ ପରିବାର ଲୋକଙ୍କୁ କିଛି କହି ନ ଥିଲେ।

ତେବେ ସେ ଅସୁସ୍ଥ ହେବାରୁ ଦୁଷ୍କର୍ମ ସମ୍ପର୍କରେ ବାପା-ମା’ଙ୍କୁ ଜଣାଇ ଥିଲେ। ଏହାପରେ ପୀଡ଼ିତା ନାବାଳିକାର ମା’ ଆଜି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଉକ୍ତ ଅଭିଯୋଗକୁ ସାଲେପୁର ପୁଲିସ ସ୍ବୀକାର କରିଥିଲା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇ ନ ଥିବା ସୂଚନା ଦେଇଛି। ଏହି ଘଟଣା କିନ୍ତୁ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

The post ସାଲେପୁରରେ ଚାଞ୍ଚଲ୍ୟ: ମୁହଁ, ଗୋଡ଼ ବାନ୍ଧି ନାବାଳିକାକୁ ଗଣଦୁଷ୍କର୍ମ first appeared on Sambad.



from ରାଜ୍ୟ – Sambad https://ift.tt/39M42pN

Post a Comment

0 Comments