କପା ବୋଝେଇ ଟ୍ରାକ୍ଟର ଓଲଟି ୨ମୃତ, ୨ଆହତ

ରାୟଗଡ଼ା/କଲ୍ୟାଣସିଂହପୁର: ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ‌କପା ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଥିବା ଜଣାପଡ଼ିଛି। ଟ୍ରାକ୍ଟରଟି ସଇକରପାଇରୁ ବେଳକଣାକୁ ଯାଉଥିଲା। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଟ୍ରାକ୍ଟର ଚାଳକ ଶିଶିର ମିନିଆକା ଏବଂ ମହିଳା ଶ୍ରମିକ ସୁବର୍ଣ୍ଣା ମଲାରିଆ।

ମିଳିଥିବା ସୂଚନା ମୁତାବକ, କପା ନେଇ ଯାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଧାମଳିଆ ନିକଟସ୍ଥ କ୍ରିକାଲ ପାଡୁ ଗ୍ରାମ ରାସ୍ତାରେ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ୩ଜଣ ମହିଳା ଶ୍ରମିକଙ୍କୁ ଜିଲ୍ଲା ମେଡିକାଲକୁ ପଠାଯାଇଥିଲା। ସେଠାରେ ସୁବର୍ଣ୍ଣା ମଲାରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ଅନ୍ୟ ଦୁଇଜଣ ମହିଳାଙ୍କ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଘଟଣା ବିଷୟରେ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି ପୁଲିସ।

The post କପା ବୋଝେଇ ଟ୍ରାକ୍ଟର ଓଲଟି ୨ମୃତ, ୨ଆହତ first appeared on Sambad.



from ରାଜ୍ୟ – Sambad https://ift.tt/39pJd33

Post a Comment

0 Comments