
ନିଶ୍ଚିନ୍ତକୋଇଲି: ବ୍ରେକ୍ ଫେଲ୍ ଆଉ ଘନ କୁହୁଡ଼ି ନେଲା ନାବାଳିକାର ଜୀବନ। କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଥିବା ନିଶ୍ଚିନ୍ତକୋଇଲି ଥାନା କଟିକଟା ଛକ ନିକଟରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକଟି ବ୍ରେକ ଫେଲ୍ ହେବା ଓ ଘନ କୁହୁଡ଼ିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ସାମ୍ନାରୁ କଟକ ମେଡିକାଲ ଅଭିମୁଖେ ରୋଗୀକୁ ନେଇ ଯାଉଥିବା ଏକ ମାରୁତି କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବିଂଝାରପୁର ଥାନା ଅଧୀନ ଜରିପଡ଼ା ଗ୍ରାମର ଜଣେ ନାବାଳିକା ସରିତା ମଲ୍ଲିକ(୧୭)ଙ୍କ ମୃତ୍ୟୁ ଘଟିଛି।
କାରରେ ଥିବା ଅନ୍ୟ ୪ଜଣ ବ୍ୟକ୍ତିଙ୍କୁ ନିଶ୍ଚିନ୍ତକୋଇଲି ଅଗ୍ନିଶମ ପକ୍ଷରୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସେହିଭଳି ବେଆଇନ ୧୦ଚକିଆ ଗାଡ଼ି ଚଳାଚଳ ନିଷିଦ୍ଧ ଥିଲେ ମଧ୍ୟ ପୁଲିସ ହାତଗୁଞ୍ଜା ନେଇ ଗାଡ଼ି ଚଳାଚଳକୁ ପ୍ରଶ୍ରୟ ଦେଉଥିବାରୁ ଏଭଳି ଅଘଟଣ ଘଟୁଥିବା କୁହାଯାଉଛି।
The post ଘନକୁହୁଡ଼ି ଓ ବ୍ରେକଫେଲ୍ ନେଲା ନାବାଳିକାଙ୍କ ଜୀବନ; ୪ ଗୁରୁତର first appeared on Sambad.
from ରାଜ୍ୟ – Sambad https://ift.tt/3bo1Ffb
0 Comments