
ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଓ ବାଙ୍ଗିରିପୋଷି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ବାଙ୍ଗିରିପୋଷି ସ୍ପେସାଲ ଟ୍ରେନ୍(୦୨୮୯୨) ଜାନୁଆରି ୧୨ରୁ ଫେବ୍ରୁଆରି ୨୮ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଟା ୩୦ରେ ଛାଡ଼ି ରାତି ୧୨ଟା ୫ରେ ବାଙ୍ଗିରିପୋଷିରେ ପହଞ୍ଚିବ। ଫେରିବା ରାସ୍ତାରେ ବାଙ୍ଗିରିପୋଷି-ଭୁବନେଶ୍ୱର ସ୍ପେସାଲ ଟ୍ରେନ୍(୦୨୮୯୧) ଜାନୁଆରି ୧୩ରୁ ମାର୍ଚ୍ଚ ପହିଲା ମଧ୍ୟରେ ବାଙ୍ଗିରିପୋଷିରୁ ପ୍ରତିଦିନ ଭୋର ୪ଟା ୨୦ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିବ। ଏହି ଟ୍ରେନ୍ କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ମାର୍କୋଣା, ସୋର, ବାଲେଶ୍ୱର, ରୂପସା, ଠାକୁରତୋଟା, ଜଗପୁରା, ଜୋଗଲ୍, ବେତନଟୀ, କୃଷ୍ଣଚନ୍ଦ୍ରପୁର ଓ ବାରିପଦା ଷ୍ଟେସନରେ ରହଣି କରିବ।
The post ଭୁବନେଶ୍ୱର-ବାଙ୍ଗିରିପୋଷି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ first appeared on Sambad.
from ରାଜ୍ୟ – Sambad https://ift.tt/3ouYINs
0 Comments