ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ତିନି ବଖରା ଘର

ଭଦ୍ରକ: ଭଦ୍ରକ ସହରରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଭଦ୍ରକ ସହରାଞ୍ଚଳର ୨୦ ନମ୍ବର ୱାର୍ଡର ବଡ଼ ଶଙ୍କରପୁରରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ହାଜର ବିବିଙ୍କର ତିନି ବଖରା ବିଶିଷ୍ଟ ଘର ସମ୍ପୂର୍ଣ୍ଣ ଜଳି ଯାଇଛି।

ଘରର ସମସ୍ତ ଲୋକ ସୁରକ୍ଷିତ ଭାବେ ବାହାରି ଆସିଥିଲେ, କିନ୍ତୁ ସେମାନେ ଘର ଭିତରେ ଥିବା କୌଣସି କିଛି ଜିନିଷପତ୍ର ବାହାର କରିପାରି ନଥିଲେ। ଘରେ ଥିବା ଲୁଗାପଟା, ଧାନଚାଉଳ, ଵାସନ, ଆସବାବପତ୍ର ଓ ଟଙ୍କା ଆଦି ଜଳି ଯାଇଥିବା ପୀଡ଼ିତ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନିଆଁ ଲିଭାଇବାକୁ ଆସିଥିଲେ। ହେଲେ ସେତେବେଳକୁ ତିନି ବଖରା ଘର ଜଳିସାରିଥିଲା।

The post ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ତିନି ବଖରା ଘର first appeared on Sambad.



from ରାଜ୍ୟ – Sambad https://ift.tt/2XdTyJI

Post a Comment

0 Comments