
ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏଣିକି ଏକକାଳୀନ ମେଧାବୃତ୍ତି ଦିଆଯିବ। ପୂର୍ବରୁ ପ୍ରତିବର୍ଷ ମେଧାବୃତ୍ତି ଦିଆଯାଉଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଜରିଆରେ ପ୍ରଥମ ବର୍ଷରେ ଏକକାଳୀନ ସମସ୍ତ ଶିକ୍ଷାବର୍ଷ ପାଇଁ ମେଧାବୃତ୍ତି ଦିଆଯିବ। ୟୁଜି ମେରିଟ୍ ପାଇଁ ପୂର୍ବରୁ ପ୍ରତିବର୍ଷ ୫ ହଜାର ଲେଖାଏ ଦିଆଯାଉଥିଲା। ଚଳିତ ଶିକ୍ଷାବର୍ଷରୁ ୟୁଜି ପାଠ୍ୟକ୍ରମର ପ୍ରଥମ ବର୍ଷରେ ଏକକାଳୀନ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ପିଜି ମେରିଟ୍ ବାବଦରେ ପ୍ରତିବର୍ଷ ୧୦ ହଜାର ଟଙ୍କା ଦିଆଯାଉଥିଲା। ଏଣିକି ପ୍ରଥମ ବର୍ଷରେ ହିଁ ୨୦ ହଜାର ଟଙ୍କା ଏକକାଳୀନ ଦିଆଯିବ। ଟେକ୍ନିକାଲ/ପ୍ରଫେସନାଲ ମେରିଟ୍ ବାବଦରେ ପ୍ରତିବର୍ଷ ୧୦ ହଜାର ଟଙ୍କା ଲେଖାଏଁ ମିଳୁଥିଲା। ଏଣିକି ପ୍ରତିବର୍ଷ ପାଇଁ ୧୦ ହଜାର ଟଙ୍କା ହିସାବରେ ଏକକାଳୀନ ଅର୍ଥ ପ୍ରଦାନ କରାଯିବ। ଉଦାହରଣ ସ୍ବରୂପ ୪ ବର୍ଷ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଏକକାଳୀନ ୪୦ ହଜାର ଟଙ୍କା ପ୍ରଥମ ବର୍ଷରେ ମିଳିବ। ସେହିପରି ୫ ବର୍ଷ ଡାକ୍ତରୀ ଶିକ୍ଷା ଲାଗି ଏକକାଳୀନ ୫୦ ହଜାର ଟଙ୍କା ପ୍ରଥମ ବର୍ଷରେ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
The post ଏଣିକି ଏକକାଳୀନ ଦିଆଯିବ ମେଧାବୃତ୍ତି first appeared on Sambad.
from ରାଜ୍ୟ – Sambad https://ift.tt/2XEIxRW
0 Comments