ଗତ ଶନିବାରରୁ ନିଖୋଜ ଥିବା ବିରଜୁ କୁଲୁ ତାଳଚେରରୁ ଉଦ୍ଧାର

ସୁନ୍ଦରଗଡ଼: ଗତ ଶନିବାର ରାତି ଗୋଟାଏରୁ ନିରୁଦ୍ଧିଷ୍ଟ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ପଞ୍ଚାୟତ ଜଙ୍ଗରପଡାର ବହୁଚର୍ଚ୍ଚିତ ମାର୍କୁସ କୁଲୁ ଓରଫ ବିରଜୁ କୁଲୁଙ୍କୁ ତାଳଚେରରୁ ଉଦ୍ଧାର କରାଯାଇଛି। ସେ ଶନିଵାର ଏକ ଟ୍ରକରେ ଵସି ଚାଲିଯାଇଥିଲେ। ତାଳଚେରରେ ବୁଲୁଥିବାଵେଳେ ଉଦ୍ଧାର କରିଥିଲା ସ୍ଥାନୀୟ ପୁଲିସ।

ମାନସିକ ଅନଗ୍ରସର ବିରଜୁ ଆଜକୁ ୨୫ ବର୍ଷ ତଳେ ଏହିଭଳି ଭାବେ ଦିନେ ଅଜ୍ଞାତରେ ପାକିସ୍ତାନ ସୀମା ଭିତରକୁ ପଶିବା ପରେ ପାକିସ୍ତାନ ସୈନ୍ୟମାନେ ଧରି ପାକିସ୍ତାନ ଜେଲରେ ବନ୍ଦୀ ଭାବେ ରଖିଥିଲେ। ଦୀର୍ଘ ୨୦ ବର୍ଷ ସଜା କାଟିବା ପରେ ସେ ନିର୍ଦ୍ଦୋଷ ଜାଣି ପାକିସ୍ତାନ ସରକାର ଆଜକୁ ୨ ମାସ ତଳେ ନଭେମ୍ବର ୨୬ ତାରିଖରେ ଭାରତକୁ ହସ୍ତାନ୍ତର କରିଥିଲେ ଓ ବିରଜୁ ଭାରତ ମାଟିରେ ପାଦ ଦେଇଥିଲେ।

ପରେ ନାରାୟଣଗଞ୍ଜ ଏକାନ୍ତବାସ କକ୍ଷରୁ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନର ସହାୟତାରେ ଏକ ସ୍ବତନ୍ତ୍ର ବୋଲେରୋ ପଠାଇ ଏଠିକାର ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ମଧ୍ୟରେ ନଭେମ୍ବର ୧୩ ରେ ନିଜ ଜନ୍ମ ମାଟି ଡଙ୍ଗରପଡାରେ ପହଞ୍ଚିଥିଲେ। ପ୍ରଶାସନ ତଥା ଗଣମାଧ୍ୟମ ଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ଗ୍ରାମକୁ ପାଛୋଟି ନେଇଥିଲେ। ସେତେବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ଆଧାର କାର୍ଡ ଠାରୁ ଆରମ୍ଭ କରି ଯାବତୀୟ ସୁବିଧା ଦିଆଯାଇଥିଲା।

The post ଗତ ଶନିବାରରୁ ନିଖୋଜ ଥିବା ବିରଜୁ କୁଲୁ ତାଳଚେରରୁ ଉଦ୍ଧାର first appeared on Sambad.



from ରାଜ୍ୟ – Sambad https://ift.tt/3ofp7ip

Post a Comment

0 Comments