ଚନ୍ଦାହାଣ୍ଡି : ଖାଦ୍ୟରେ ବିଷକ୍ରିୟା, ପରିବାରର ୪ଜଣ ଅସୁସ୍ଥ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧୀନସ୍ଥ ଜମାଦାରପଡ଼ା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟରେ ବିଷକ୍ରିୟା ହୋଇ ଗୋଟିଏ ପରିବାରର ୪ଜଣ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଜମାଦାରପଡ଼ା ଗ୍ରାମର ସହଦେବ ଜଗତଙ୍କ ପରିବାର ଗତକାଲି ରାତିରେ ଭୋଜନ ପରେ ଶୋଇ ପଡ଼ିଥିଲେ। ତେବେ ଆଜି ସକାଳେ ସହଦେବଙ୍କ ସହ ଯୋଉରୀ ଜଗତ (୨୦), ପୁଷ୍ପା ଜଗତ (୨୩) ଏବଂ ତିଳ ଜଗତ (୩୦) ଅସୁସ୍ଥତା ଅନୁଭବ କରିଥିଲେ। ଝାଡ଼ା ସହ ବାରମ୍ବାର ବାନ୍ତି ହେବାରୁ ସମସ୍ତେ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇ ଆଉ ବିଛଣାରୁ ଉଠିପାରି ନଥିଲେ। ସ୍ବାସ୍ଥ୍ୟାବସ୍ଥା ସମୟକ୍ରମେ ବିଗିଡ଼ିବାରୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସଂଗ୍ରାମ କେଶରୀ ସାହୁ ଏବଂ ଡାକ୍ତର ମନୀଷ ପୁରୋହିତଙ୍କ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସେମାନେ କଣ ଖାଇଥିଲେ ସ୍ପଷ୍ଟ ହୋଇ ନଥିଲେ ହେଁ ଖୋଦ୍ୟରେ ବିଷକ୍ରିୟା ଯୋଗୁଁ ଅସୁସ୍ଥ ହୋଇଥିବା ଜଣାପଡ଼ିଛି।

The post ଚନ୍ଦାହାଣ୍ଡି : ଖାଦ୍ୟରେ ବିଷକ୍ରିୟା, ପରିବାରର ୪ଜଣ ଅସୁସ୍ଥ first appeared on Sambad.



from ରାଜ୍ୟ – Sambad https://ift.tt/3pfm3Df

Post a Comment

0 Comments