ବୋହୂଙ୍କୁ ନେଇ ଆସିଥିବା ଅଭିଯୋଗ ଭିତ୍ତିହୀନ : ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ବର: ବୋହୂ ଲିପ୍‌ସା ପ୍ରଧାନଙ୍କ ନାଁରେ ଅଭିଯୋଗ ପ୍ରସଙ୍ଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି। ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ବୋହୂ ନାଁରେ ହୋଇଥିବା ଅଭି‌ଯୋଗ ଭିତ୍ତିହୀନ। ମୋ ବୋହୂ ଉତ୍କଳ ବିଶ୍ବବିଦ୍ୟାଳୟର ଜୁଲୋଜି ବିଭାଗରେ ପିଏଚ୍‌ଡି କରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ପୁଅ ଦେହ ଖରାପ ଥିବାରୁ ବୋହୂ କ୍ଲାସ କରିପାରି ନଥିଲେ। ଚୁକ୍ତିଭିତ୍ତିକ ଅଧ୍ୟାପିକା ଭାବେ ସେ କଲେଜରେ ନିଯୁକ୍ତି ପାଇଛନ୍ତି। କଲେଜରେ କ୍ଲାସ କରିଛନ୍ତି ଓ ପରୀକ୍ଷା ଇନ୍‌ଭିଜିଲେଟର ଭାବେ ଦାୟିତ୍ବ ତୁଲାଇଛନ୍ତି। ବେଆଇନ୍‌ ଭାବେ ସେ ‌କୌଣସି ଦରମା ନେଇ ନାହାନ୍ତି।

The post ବୋହୂଙ୍କୁ ନେଇ ଆସିଥିବା ଅଭିଯୋଗ ଭିତ୍ତିହୀନ : ପ୍ରଫୁଲ୍ଲ ମଲ୍ଲିକ first appeared on Sambad.



from ରାଜ୍ୟ – Sambad https://ift.tt/39TrJwt

Post a Comment

0 Comments