
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍ଏଫ୍’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍ମାଇନ୍ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି। ଉଦ୍ଧାର ସାମଗ୍ରୀଗୁଡ଼ିକ ହେଉଛି ମାଓବାଦୀଙ୍କ ପୋଷାକପତ୍ର, ପଲିଥିନ୍, ମଲ୍ଟିମିଟର୍, ଓ୍ଵାକିଟକି ଇତ୍ୟାଦି।
ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସ୍ଥାନୀୟ ‘ବିଏସ୍ଏଫ୍’ ତରଫରୁ ପଣସଫୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଡ୍ରମ୍ ଭିତରେ ରଖି ପୋତାଯାଇଥିବା ୫ କିଲୋ ଓଜନର ଲ୍ୟାଣ୍ଡ୍ମାଇନ୍ ସମେତ ଉପରୋକ୍ତ ସାମଗ୍ରୀ ସବୁକୁ ତଲାସକାରୀ ଯବାନମାନେ ଉଦ୍ଧାର କରିଥିଲେ।

କିଛି ଗୋଟାଏ ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀମାନେ ଉପରୋକ୍ତ ସାମଗ୍ରୀଗୁଡ଼ିକୁ ଜଙ୍ଗଲରେ ଲୁଚାଇ ରଖିଥିବା ଅନୁମାନ କରାଯାଉଛି।
ଶନିବାର ଅପରାହ୍ଣରେ ଉଦ୍ଧାର ହୋଇଥିବା ଅଫୁଟା ଲ୍ୟାଣ୍ଡ୍ମାଇନ୍ଟିକୁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପରେ ନିଷ୍କ୍ରିୟ କରାଯିବ।
The post ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ନିକଟ ହାଣ୍ଡିଖାଲ ଜଙ୍ଗଲରୁ ଅଫୁଟା ଲ୍ୟାଣ୍ଡ୍ମାଇନ୍ ଉଦ୍ଧାର first appeared on Sambad.
from ରାଜ୍ୟ – Sambad https://ift.tt/2K3zJ52
0 Comments