
ବାଲିପାଟଣା : ବାଲିପାଟଣା ଥାନା ମୁଣ୍ଡହଣା ପାଟଣା ଗ୍ରାମରେ ବେଣୁଧର ଦାସଙ୍କ ପୁତୁରା ହାପି ନାଥ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ନେଇ ଥାନାରେ ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, କାକରଦ୍ରପୁର ଗ୍ରାମର ନୃସିଂହ ନାଥଙ୍କ ପୁଅ ହାପି ଦୀର୍ଘ ଦିନ ହେବ ପିଇସା ଘରେ ରହୁଥିଲା। ମୁଣ୍ଡହଣା ପାଟଣା ଗ୍ରାମର ବେଣୁଧର ଦାସଙ୍କ ଗାଁରେ ଷ୍ଟେସନାରୀ ଦୋକାନ ଅଛି। ହାପି ସେଠାରେ ରହି ଦୋକାନରେ କାମ କରେ। ଗତକାଲି ଅପରାହ୍ନ ୧୨ଟା ବେଳେ ଦୋକାନରୁ ବେଣୁଧରଙ୍କ ଘରକୁ ଯାଇଥିଲା। କିନ୍ତୁ ସନ୍ଧ୍ୟାସୁଦ୍ଧା ଆଉ ଦୋକାନକୁ ଫେରି ନ ଥିଲା।

ଅନ୍ୟପକ୍ଷରେ ବେଣୁଧରଙ୍କ ପରିବାର ଲୋକେ ବୁଲିବାକୁ ଯାଇଥିଲେ। ହାପି ଦୋକାନକୁ ଫେରିବାର ବିଳମ୍ବ ହେବାରୁ ବେଣୁଧରଙ୍କ ସନ୍ଦେହ ହୋଇଥିଲା। ସେ ଘରକୁ ଯାଇଥିଲେ। ଗୋଟିଏ ରୁମରେ ହାପି ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣା ପଡିନାହିଁ। ଗତକାଲି ବିଳମ୍ବିତ ରାତିରେ ବେଣୁଧର ଥାନାରେ ଅଭିଯୋଗ କରିଛନ୍ତି। ବାଲିପାଟଣା ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି।
The post ପିଇସା ଘରେ ରଶିରେ ଝୁଲିଲା ପୁତୁରା first appeared on Sambad.
from ରାଜ୍ୟ – Sambad https://ift.tt/2L71CK3
0 Comments