ବାଲିପାଟଣା: ମାଙ୍କଡ଼ ଭୟରେ ଛାତରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ପଇଡ଼ପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଛାତ ଉପରେ ବସିଥିବା ପଞ୍ଚୁ ସାହୁ (୬୭) ମାଙ୍କଡ଼ ଭୟରେ ଛାତରୁ ପଡ଼ି ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁସାରେ, ପଇଡ଼ପାଟଣା ଗ୍ରାମର ପଞ୍ଚୁ ସାହୁ ଗତ ବୁଧବାର ଦିନ ପ୍ରାୟ ୧୧ ଟା ସମୟରେ ଘର ଛାତ ଉପରେ ବସିଥିଲେ। ଘରକୁ ଲାଗି ରହିଥିବା ଚାକୁଣ୍ଡା ଗଛରୁ ଗୋଟିଏ ମାଙ୍କଡ଼ ଛାତ ଉପରକୁ ଡେଇଁଥିଲା ଏବଂ ପଞ୍ଚୁଙ୍କ ଆଡ଼କୁ ଦୌଡ଼ି ଆସିଥିଲା। ଏହାଫଳରେ ପଞ୍ଚୁ ଭୟଭୀତ ହୋଇ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଘରଲୋକେ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ।

ଅବସ୍ଥା ସଂକଟାପନ୍ନ ହେବାରୁ ପଞ୍ଚୁଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହି ଦିନ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ଗୁରୁବାର ଗାଁ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ ବାବୁଲି ସାହୁ ମୁଖାଗ୍ନି ଦେଇଛନ୍ତି। ପଞ୍ଚୁଙ୍କ ଅକାଳ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି

The post ବାଲିପାଟଣା: ମାଙ୍କଡ଼ ଭୟରେ ଛାତରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ first appeared on Sambad.



from ରାଜ୍ୟ – Sambad https://ift.tt/35gAm2z

Post a Comment

0 Comments