
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ଇନ୍ଷ୍ଟାଣ୍ଟ ଓ ଇଚ୍ଛାଧୀନ ସାର୍ଟିଫିକେଟ୍ ବିତରଣ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍, ମାର୍କସିଟ୍ ଓ ମାଇଗ୍ରେସନ୍ ସାର୍ଟିଫିକେଟ୍ ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଛି। ସବୁ ଜୁନିଅର କଲେଜ ଅଧ୍ୟକ୍ଷ ନିଜ ଅଞ୍ଚଳରେ ଥିବା ଜୋନାଲ କାର୍ଯ୍ୟାଳୟରୁ ଆସନ୍ତା ୨୯ ତାରିଖରୁ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ। ଏନେଇ ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଆଜି ସମସ୍ତ ଜୁନିଅର କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସାର୍ଟିଫିକେଟ୍ ସଂଗ୍ରହ ପାଇଁ ସୀକୃତିପ୍ରାପ୍ତ କର୍ମଚାରୀଙ୍କୁ ପଠାଇବାକୁ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି।
The post ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ମିଳିବ ସାର୍ଟିଫିକେଟ୍ first appeared on Sambad.
from ରାଜ୍ୟ – Sambad https://ift.tt/2YjHLub
0 Comments