ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ, ଅଢ଼େଇ ଘଣ୍ଟା ବଦଳରେ ଚଳିତ ଥର ୨ ଘଣ୍ଟାର ପରୀକ୍ଷା ହେବ

କଟକ: ଏ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜେ ପଢ଼ୁଥିବା ସ୍କୁଲରେ ପରୀକ୍ଷା ଦେବେ। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଘୋଷଣା ହୋଇପାରେ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେଲେ ବି ସେହି ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ। ଅନ୍ୟ ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ।
ଖାଲି ସେତିକି ନୁହେଁ, ଏଥର ମାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି। ଛାତ୍ରଛାତ୍ରୀମାନେ ଅଢ଼େଇ ଘଣ୍ଟା ବଦଳରେ ଚଳିତ ଥର ୨ ଘଣ୍ଟାର ପରୀକ୍ଷା ଦେବେ।
କରୋନାକୁ ଆଖି ଆଗରେ ରଖି ମାଟ୍ରିକ୍ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ତା’ଛଡ଼ା ଏହାଦ୍ବାରା ପରୀକ୍ଷାର୍ଥୀମାନଙ୍କ ଯାତାୟତ ଓ ରହଣିରେ ଅସୁବିଧା ହେବ ନାହିଁ।

The post ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ, ଅଢ଼େଇ ଘଣ୍ଟା ବଦଳରେ ଚଳିତ ଥର ୨ ଘଣ୍ଟାର ପରୀକ୍ଷା ହେବ first appeared on Sambad.



from ରାଜ୍ୟ – Sambad https://ift.tt/3qGR8A3

Post a Comment

0 Comments