
ଭୁବେନଶ୍ବର : ସରକାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଲେ। ହେଲେ ବିଦ୍ୟା ମନ୍ଦିର ଖୋଲିବାକୁ ଦେଉନାହାନ୍ତି। ଏବେ ରାଜ୍ୟରେ କରୋନା ପ୍ରଭାବ ପ୍ରାୟତଃ ନାହିଁ। ବହୁ ଜିଲ୍ଲାରେ ଏକ ଅଙ୍କ ସଂଖ୍ୟା ବିଶିଷ୍ଟ ଆକ୍ରାନ୍ତ ଦୈନିକ ଚିହ୍ନଟ ହେଉଛନ୍ତି। ତେଣୁ ଫେବ୍ରୁଆରି ୧ରୁ ରାଜ୍ୟର ସବୁ ସ୍କୁଲ ଖୋଲିବାକୁ ରାଜ୍ୟ ଅନୁମତି ଦିଅନ୍ତୁ ବୋଲି କନେଫଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ ସ୍କୁଲ୍ସ ପକ୍ଷରୁ ଦାବି କରାଯାଇଛି।
ଶନିବାର ସତ୍ୟନଗରସ୍ଥିତ ହୋଟେଲ ଦି ପାର୍କ ପ୍ରିମିୟମ୍ରେ ଆୟୋଜିତ ‘୨୦୨୧ ଏଜୁକେସନ୍ ସିନାରିଓ ଆଣ୍ଡ୍ ପାନଡେମିକ୍ ଇମ୍ପାକ୍ଟ’ ଶୀର୍ଷକ ଆଲୋଚନାଚକ୍ରରେ କିପରି ରାଜ୍ୟର ବିଭିନ୍ନ ଘରୋଇ ସ୍କୁଲ କରୋନା ଦ୍ବାରା ପ୍ରଭାବିତ ହୋଇଛନ୍ତି, ଏବେ କିପରି କୋଭିଡ ଏସ୍ଓପି ମାନି ସ୍କୁଲ ଖୋଲାଯିବ, କିପରି ରାଜ୍ୟ ସରକାରଙ୍କଠାରୁ ସବ୍ସିଡି ମିଳିବ ସେନେଇ ଆଲୋଚନା ହୋଇଥିଲା। ଏଥିରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍କୁଲଗୁଡ଼ିକ ଯଥାସମ୍ଭବ ଶୀଘ୍ର ଖୋଲିବା ଦରକାର। ଏ ନେଇ ସେ ନିଜେ ସରକାରଙ୍କୁ ଅବଗତ କରିବେ ବୋଲି କହିଥିଲେ। କନେଫଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ ସ୍କୁଲ୍ସର ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍କୁଲ ଫି’କୁ ନେଇ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ସବୁ ସ୍କୁଲ ମାନିବା ଦରକାର। ଏଥିରେ ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସଂଗଠନର କାର୍ଯ୍ୟକାରୀ ଅଧ୍ୟକ୍ଷ କରୁଣାକର ପ୍ରଧାନ ସଂଗଠନର ବିଭିନ୍ନ ଦାବି ବିଷୟରେ କିପରି ସରକାରଙ୍କୁ ଜଣାଯିବ ସେନେଇ ସୂଚନା ଦେଇଥିଲେ। ଶେଷରେ ସଂଗଠନର ସାଧାରଣ ସମ୍ପାଦକ ସୌରେନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ।
The post ଫେବ୍ରୁଆରି ୧ରୁ ସବୁ ସ୍କୁଲ ଖୋଲୁ first appeared on Sambad.
from ରାଜ୍ୟ – Sambad https://ift.tt/3pcJw8b
0 Comments