
ଭୁବନେଶ୍ୱର : ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ସମ୍ବାଦ- ଆମ ଓଡ଼ିଶା’ ଚାରିଟେବଲ୍ ଟ୍ରଷ୍ଟ ‘କନକ ମଞ୍ଜରୀ ମେଧାବୃତ୍ତି-୨୦୨୧’ ଯୋଜନା ମାଧ୍ୟମରେ ଏକ ଅପୂର୍ବ ସୁଯୋଗ ଆଣି ଦେଇଛି। ଚଳିତବର୍ଷ ଯୁକ୍ତ୨ ବିଜ୍ଞାନ ଦ୍ବିତୀୟ ବର୍ଷ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଏହି ମେଧାବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ଆକଳନ କରିବା ସହ ପ୍ରୋତ୍ସାହନ ରାଶି ମଧ୍ୟ ଲାଭ କରିବାର ସୁଯୋଗ ପାଇପାରିବେ। ଏହି ପ୍ରତିଯୋଗିତା ଆସନ୍ତା ୨୮ ଫେବ୍ରୁଆରିରେ ଦିନ ୧୦ଟାରୁ ୧୧ଟା ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପ୍ରତିଯୋଗୀମାନଙ୍କୁ ଫେବ୍ରୁଆରି ୨୧ ସୁଦ୍ଧା ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ରେ ନିଜ ନାମ ପଞ୍ଜୀକରଣ କରିବେ। ଏହି ମେଧାବୃତ୍ତି ପ୍ରତିଯୋଗିତା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ୱେବ୍ସାଇଟ୍ www.kmbb.in ରେ ଲଗ୍ଇନ୍ କିମ୍ବା ମୋ: ୯୭୭୭୧୦୬୧୭୭, ୯୨୩୮୦୪୬୪୮୯ରେ ଯୋଗାଯୋଗ କରିବାକୁ କୁହାଯାଇଛି।
The post ଫେବ୍ରୁଆରି ୨୮ରେ କନକ ମଞ୍ଜରୀ ମେଧାବୃତ୍ତି ପରୀକ୍ଷା first appeared on Sambad.
from ରାଜ୍ୟ – Sambad https://ift.tt/3owcSxg
0 Comments