
କାମାକ୍ଷାନଗର: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟିଥିବାର ଖବର ମିଳିଛି। ଏଥିରେ ୫ଜଣ ଆହତ ହୋଇଥିବାର ଖବର ମିଳିଛି। ଆହତମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଶ୍ରୀରାମଜୀ ନାମକ ବସ୍ (ଓଡି୦୧ଏସ୍ ୯୬୯୧) ରାଉରକେଲାରୁ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ରାତି ପ୍ରାୟ ୩ଟା ବେଳକୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏହି ବସରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ
The post ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୫ ଆହତ first appeared on Sambad.
from ରାଜ୍ୟ – Sambad https://ift.tt/2XDf7Uj
0 Comments