ସରକାରୀ ଚାଉଳ ଚୋରାଚାଲାଣ ସନ୍ଦେହରେ ଡ୍ରାଇଭର୍ ଓ ହେଲପର୍ ଥାନାରେ ଅଟକ

ରାୟଗଡ଼ା: ସରକାରୀ ଚାଉଳ ଚୋରାଚାଲାଣ ସନ୍ଦେହରେ ଚାନ୍ଦିଲି ପୁଲିସ ଟ୍ରକ ସହ ଡ୍ରାଇଭର୍ ଓ ହେଲପରକୁ ଥାନାରେ ଅଟକ ରଖିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ରାୟଗଡ଼ା ଜିଲ୍ଲାର କନ୍ଧ ମାଲିଗାଁ ନିକଟରେ ପୁଲିସ ଟ୍ରକ(ଓଡି୩୩ ୱାଇ ୫୨୮୦)କୁ ଅଟକାଇ ଥିଲା।

ଟ୍ରକରେ ଥିବା ଚାଉଳର ସଠିକ କାଗଜପତ୍ର ଡ୍ରାଇଭର ଦେଖାଇ ନ ପାରିବାରୁ ପୁଲିସ ଗାଡ଼ିକୁ ଥାନାକୁ ନେଇଥିଲା। ଚାଉଳ କିଏ ଓ କେଉଁଠିକୁ ଚାଲାଣ କରୁଥିଲା ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

The post ସରକାରୀ ଚାଉଳ ଚୋରାଚାଲାଣ ସନ୍ଦେହରେ ଡ୍ରାଇଭର୍ ଓ ହେଲପର୍ ଥାନାରେ ଅଟକ first appeared on Sambad.



from ରାଜ୍ୟ – Sambad https://ift.tt/39axWoo

Post a Comment

0 Comments