ଜାତୀୟ ପରେଡ୍‌ରେ କଳାହାଣ୍ଡିର ବାଜାସାଲ୍‌

ଭୁବନେଶ୍ବର : ସାରା ଦେଶ ଦେଖିବ କଳାହାଣ୍ଡିର ବାଜାସାଲ୍‌ ଲୋକକଳା। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଓଡ଼ିଶାର ଏହି ଲୋକନୃତ୍ୟ ପ୍ରଦର୍ଶିତ ହେବ। କଳାହାଣ୍ଡି ଜିଲ୍ଲାର ବାଜାସାଲ ନୃତ୍ୟଦଳ ଜାତୀୟ ପରେଡ୍‌ରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛି। ‘ପ୍ରତିଭା ଅନୁଷ୍ଠାନ’ର ୮୦ଜଣ ନୃତ୍ୟଶିଳ୍ପୀ ଏହି ଲୋକନୃତ୍ୟକୁ ପରିବେଷଣ କରିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା କୋଲକାତା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଦ୍ବାରା ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଭାଗ ନେବ ଏହି ନୃତ୍ୟକଳା ଅନୁଷ୍ଠାନ।

ଅନୁଷ୍ଠାନର ସମ୍ପାଦକ ଚିଣ୍ଟୁପ୍ରସାଦ ନାୟକ କହିଛନ୍ତି, ପ୍ରଥମ ଥର ପାଇଁ ଏହି ନୃତ୍ୟକଳା ରାଜପଥରେ ପ୍ରଦର୍ଶିତ ହେବ। ଅନୁଷ୍ଠାନ ପକ୍ଷରୁ ୧୪୦ ଜଣ ଯିବାର ଥିଲା, କିନ୍ତୁ କରୋନା କଟକଣା ଯୋଗୁଁ ୮୦ ଜଣ ଏହି ନୃତ୍ୟକଳା ପ୍ରଦର୍ଶିତ କରିବେ। ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ନୃତ୍ୟକଳା ସାଧାରଣତଃ ଆଗରୁ ବିବାହ ଉତ୍ସବରେ ପ୍ରଦର୍ଶିତ ହେଉଥିଲା। କିନ୍ତୁ ପରେ ଏହି ନୃତ୍ୟକଳା ଭାବେ ବିଭିନ୍ନ ମଞ୍ଚରେ ପ୍ରଦର୍ଶିତ ହେଲା। ଏବେ ରାଜପଥରେ ଆମକୁ ଓଡ଼ିଶାର ଏହି କଳାକୁ ପ୍ରଦର୍ଶିତ କରିବାର ସୁଯୋଗ ମିଳିଛି। ଆସନ୍ତା ୩ ତାରିଖରେ ଆମେ ଦିଲ୍ଲୀ ଯିବୁ। ଏହାପରେ ରାଜପଥରେ ଅଭ୍ୟାସ ଆରମ୍ଭ ହୋଇଯିବ। ଏବେ ଭବାନୀପାଟଣା ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଅଭ୍ୟାସ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

The post ଜାତୀୟ ପରେଡ୍‌ରେ କଳାହାଣ୍ଡିର ବାଜାସାଲ୍‌ first appeared on Sambad.



from ରାଜ୍ୟ – Sambad https://ift.tt/3n77Lm8

Post a Comment

0 Comments