
ସୁନ୍ଦରଗଡ଼: ସ୍ଥାନୀୟ ଵିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଵିଧବା ମା କୁମୁଦିନୀ ତ୍ରିପାଠୀ (୭୨)ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ସହରର ଶଙ୍କରା ରିଜର୍ଭ ଏରିଆରେ ଥିବା ଘରେ କୁମୁଦିନୀ ଏକାକୀ ରହୁଥିଲେ। ବିବାହ ପରେ ପୁଅ ଟଙ୍କଧର ନିଜର ସ୍ତ୍ରୀପିଲା ସହ ଭୁଵନେଶ୍ଵରରେ ରହୁଛନ୍ତି। ଶନିବାର ସନ୍ଧ୍ୟାରେ ଘରୁ ଝୁଲନ୍ତା ଅବସ୍ଥାରେ କୁମୁଦିନୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। କିନ୍ତୁ ସମ୍ପର୍କୀୟ ବାଥରୁମରେ ଖସି ପଡ଼ିଥିବା ପ୍ରକାଶ କରିଥିଲେ।
ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ବ୍ୟଵଚ୍ଛେଦ ପରେ ଶଵକୁ ପରିବାରକୁ ହସ୍ତାନ୍ତର କରିଛି। ଏକା ଥିବା ଵିଧବା ଵୃଦ୍ଧାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।
The post ସୁନ୍ଦରଗଡ଼: ଵିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର first appeared on Sambad.
from ରାଜ୍ୟ – Sambad https://ift.tt/2YuTQfX
0 Comments