ଫେବ୍ରୁଆରି୧୦ ସୁଦ୍ଧା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ସରକାରଙ୍କ ଲକ୍ଷ୍ୟ : ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ବର: ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଥିଲା, ତାହା ଆଜି ସମ୍ପୂର୍ଣ୍ଣ ହୋଇପାରେ। ଅବଶିଷ୍ଟ ଲୋକମାନଙ୍କୁ ୨୮ ତାରିଖରୁ ଟିକା ଦିଆଯିବ। ଏ ପର୍ଯ୍ୟନ୍ତ ୧ ଲକ୍ଷ ୫୨ହଜାର ୩୫୧ ଜଣଙ୍କର ଟିକାକରଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟାବେସ ପ୍ରସ୍ତୁତ ହେଉଛି। ଆଜି ରାତି ୧୨ଟା ପରେ ଜଣାପଡ଼ିବ କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ୟ ପର୍ଯ୍ୟୟ ପାଇଁ ୨ଲକ୍ଷରୁ ଉର୍ଦ୍ଧ୍ବ ପ୍ରମୁଖ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି । ୨ୟ ପର୍ଯ୍ୟାୟ ସରିଲା ପରେ ୩ୟ ପର୍ଯ୍ୟାୟରେ ୫୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି।

The post ଫେବ୍ରୁଆରି୧୦ ସୁଦ୍ଧା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ସରକାରଙ୍କ ଲକ୍ଷ୍ୟ : ପରିବାର କଲ୍ୟାଣ ନିର୍ଦେଶକ first appeared on Sambad.



from ରାଜ୍ୟ – Sambad https://ift.tt/3iGZ6qf

Post a Comment

0 Comments