ଭୁବନେଶ୍ୱରର ୫ ହାଇସ୍କୁଲ୍‌ ପରିଦର୍ଶନ କଲେ ୫-ଟି ସଚିବ, ପାଠ୍ୟ ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୀକ୍ଷା କଲେ

ଭୁବନେଶ୍ୱର: ଆଜି ସକାଳେ ୫-ଟି ସଚିବ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ କେତେକ ହାଇସ୍କୁଲ୍‌ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

ରାଜଧାନୀର  ୟୁନିଟ୍‌-୬, ୟୁନିଟ୍‌-୧, କ୍ୟାପିଟାଲ୍‌ ହାଇସ୍କୁଲ୍‌, ୟୁନିଟ୍‌ -୯ ଗାର୍ଲସ୍‌ ହାଇସ୍କୁଲ୍‌ ଏବଂ ଆଇଆର୍‌ସି ଭିଲେଜ୍‌ ହାଇସ୍କୁଲ୍‌ ପରିଦର୍ଶନ କରି ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ଶିକ୍ଷକ ଏବଂ ‘ଏସ୍‌ଏମ୍‌ସି’ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସ୍କୁଲରେ ବିଜ୍ଞାନ ପରୀକ୍ଷାଗାର, ସ୍ମାର୍ଟ କ୍ଲାସ୍‌ରୁମ୍‌, ଲାଇବ୍ରେରି ରିଡିଙ୍ଗ୍‌ ରୁମ୍‌, ଖେଳକୁଦ ସୁବିଧା କିପରି ରହିଛି ଏବଂ ୧୦ମ ପରୀକ୍ଷାଫଳ କିପରି ହୋଇଛି ସେ  ସଂକ୍ରାନ୍ତରେ ୫-ଟି ସଚିବ ସେମାନଙ୍କୁ ପଚାରି ବୁଝିଥିଲେ ।

ଫଳାଫଳ କିଭଳି ଭଲ କରାଯାଇପାରିବ, ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ କାର୍ଯ୍ୟକ୍ରମ‌ କେତେ ସକ୍ରିୟ ରହିଛି ଏବଂ ମୋ ସ୍କୁଲ୍‌ ମାଧ୍ୟମରେ କ’ଣ କରାଯାଉଛି ସେ କଥା ମଧ୍ୟ ସେ ପଚାରିଥିଲେ। କେତେକ ସ୍କୁଲ୍‌ରେ ମୋ ସ୍କୁଲ୍‌ ଖୁବ୍‌ ସକ୍ରିୟ ଏବଂ  ପ୍ରଭାବଶାଳୀ ଥିବା କଥା ସେ ଅବଗତ ହୋଇଥିଲେ।

ଶିକ୍ଷା ଦାନ ବ୍ୟବସ୍ଥାକୁ ଶିକ୍ଷାର୍ଥୀ ଅନୁକୂଳ, ପ୍ରେରଣାଦାୟୀ ଏବଂ ବିଜ୍ଞାନଭିତ୍ତିକ କରିବା ଲାଗି ସ୍କୁଲ୍‌ ପରିବେଶର ସାମଗ୍ରିକ ଉନ୍ନତି ପାଇଁ ଆଉ କ’ଣ କରାଯାଇ ପାରିବ ବୋଲି ସେ ଉପସ୍ଥିତ ଶିକ୍ଷକ ଓ ‘ଏସ୍‌ଏମ୍‌ସି’ ସଦସ୍ୟମାନଙ୍କ ସହ ପରାମର୍ଶ କରିଥିଲେ।

The post ଭୁବନେଶ୍ୱରର ୫ ହାଇସ୍କୁଲ୍‌ ପରିଦର୍ଶନ କଲେ ୫-ଟି ସଚିବ, ପାଠ୍ୟ ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୀକ୍ଷା କଲେ first appeared on Sambad.



from ରାଜ୍ୟ – Sambad https://ift.tt/39CTPfg

Post a Comment

0 Comments