ରାଜନଗରରେ କଙ୍ଗାରୁ କୋର୍ଟ ! ପରିବାର ସହ କଥାହେଲେ ୧୫୧ ଜରିମାନା

ରାଜନଗର : ଦେଶ ୭୨ତମ ଜନରାଜ୍ୟ ଦିବସ ପାଳନ କରୁଥିବା ବେଳେ ନିଆଁ ପାଣି ବାଛନ୍ଦ ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଶୀଳପୋଖରୀ ଗାଁରେ। ଗାଁ ମୁରବି ଗାଁରେ ବୈଠକ ଡାକି ୮ଟି ପରିବାରକୁ ବାଛନ୍ଦ କରିଛନ୍ତି। ଏହି ପରିବାର ସହ କଥା ହେଲେ ୧୫୧ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି। ଗାଁରେ ଏହି ନିଆଁ ପାଣି ବାଛନ୍ଦ ସଂପର୍କରେ ଗତକାଲି ରାଜନଗର ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ମାମଲା ରୁଜୁ କରିଛି। ମାତ୍ର ପୁଲିସ ଗାଁ ମୁରବି କିମ୍ବା ଏହି କଙ୍ଗାରୁ କୋର୍ଟ ଚଳାଉଥିବା ବ୍ୟକ୍ତିଙ୍କୁ ଥାନାକୁ ଡାକି ଏଯାଏ ଜେରା କରି ନଥିବା ଜଣାପଡିଛି। ଗାଁର ଏକ ଘଟଣାକୁ କେନ୍ଦ୍ରକରି ଏହିପରି ଜରିମାନା ସହ ବାସନ୍ଦ କରାଯାଇଥିବା ଜଣାପଡ଼ିଛି।

The post ରାଜନଗରରେ କଙ୍ଗାରୁ କୋର୍ଟ ! ପରିବାର ସହ କଥାହେଲେ ୧୫୧ ଜରିମାନା first appeared on Sambad.



from ରାଜ୍ୟ – Sambad https://ift.tt/3oqUUfi

Post a Comment

0 Comments