ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର : ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଢେଙ୍କାନାଳ: ଟ୍ରାଞ୍ଜିଟ୍ ପାସ୍ କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସଦର ଅତିରିକ୍ତ ତହସିଲଦାର  ଲକ୍ଷ୍ମଣ ଦଳେଇ।
ସୂଚନା ଅନୁଯାୟୀ, ସପ୍ତଶଯ୍ୟାର ଦିଲ୍ଲୀପ ସେନାପତି ମାଙ୍କଡା ପଥର ନେବା ପାଇଁ ଟ୍ରାଞ୍ଜିଟ୍ ପାସ୍ ଦେବା ଲାଗି ତହସିଲ୍ କାର୍ଯ୍ୟାଳୟରେ ଆବେଦନ କରିଥିଲ। ଅତିରିକ୍ତ ତହସିଲ୍ଦାର ଶ୍ରୀ ଦଳେଇ ୩୦ ହଜାର ଲାଞ୍ଚ ଦେଲେ ଟ୍ରାଞ୍ଜିଟ୍ ପାସ୍ ଦେବେ ବୋଲି ଶ୍ରୀ ସେନାପତିଙ୍କୁ କହିଥିଲେ। ଏ ସଂପର୍କରେ ଶ୍ରୀ ସେନାପତି କଟକ ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସ୍ପିଙ୍କ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର ନାଥ ରାୟଗୁରୁ, ଢେଙ୍କାନାଳ ଭିଜିଲାନ୍ସ ଇନିସ୍ପେକ୍ଟର ଅନିରୁଦ୍ଧ ନାୟକ, କଟକ ଆଇଆଇସି ଅନୁପମା ସାହୁ, ଜ୍ୟୋତିଶଙ୍କର ସାହୁ, ଭାଗ୍ୟଲତା ପ୍ରଧାନ ପ୍ରମୁଖଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶ୍ରୀ ସେନାପତି ଆଜି ସକାଳେ ସହରର ମାଣ୍ଡବା ସାହିସ୍ଥିତ ଶ୍ରୀ ଦଳେଇଙ୍କ ଭଡ଼ାଘର ଠାରେ ପହଞ୍ଚି ତାଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ବିଭାଗର ଟିମ୍ ଶ୍ରୀ ଦଳେଇଙ୍କୁ କାବୁ କରିନେବା ସହ ତାଙ୍କ ଠାରୁ ୩୦ହଜାର ଟଙ୍କା ଜବତ କରିଥିଲେ। ଏ ସଂପର୍କରେ ଏକ ମାମଲା ରୁଜୁ କରାଯାଇଛି। ଶ୍ରୀ ଦଳେଇଙ୍କୁ ଢେଙ୍କାନାଳ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିବା ବେଳେ ମାଣ୍ଡପା ସାହିସ୍ଥିତ ଭଡ଼ାଘର, କାର୍ଯ୍ୟାଳୟ ଏବଂ ବଡ଼ମ୍ବାସ୍ଥିତ ତାଙ୍କ ପୈତୃକ ଗ୍ରାମରେ ଚଢାଉ କରିଥିଲେ।

 

The post ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର : ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ first appeared on Sambad.



from ରାଜ୍ୟ – Sambad https://ift.tt/3bWe2zh

Post a Comment

0 Comments