ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି

ଭୁବନେଶ୍ୱର : ଟାଟା ମୋଟର୍ସ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଅଭିଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆସନ୍ତାକାଲି(ସୋମବାର) ଜାମିନ ଆବେଦନର ଶୁଣାଣି ହେବ। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏହି ଜାମିନ୍‌ ଶୁଣାଣି କରାଯିବ। ପ୍ରଦୀପ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ ବୋଲି ଜଣାପଡ଼ିଛି। ସେହିପରି କ୍ରାଇମବ୍ରାଞ୍ଚ ପକ୍ଷରୁ ଆକାଶ ପାଠକଙ୍କର ରିମାଣ୍ଡ ଆବେଦନ ଉପରେ ମଧ୍ୟ ଏସଡିଜେଏମ୍ କୋର୍ଟରେ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

The post ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି first appeared on Sambad.



from ରାଜ୍ୟ – Sambad https://ift.tt/3qykXng

Post a Comment

0 Comments