ରାଜ୍ୟର ୧୨ ସହରରେ ୧୦ ଡିଗ୍ରିରୁ କମ୍‌ ତାପମାତ୍ରା, ଆହୁରି ୨ ଦିନ ଥରିବେ ରାଜ୍ୟବାସୀ

ଭୁବନେଶ୍ବର: ସାରା ଓଡ଼ିଶାରେ ଏବେ ଶୀତର ଲହରୀ ଦେଖିବାକୁ ମିଳିଛି। ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ରେକର୍ଡ କରାଯାଇଛି। ଏହିପରି ଥଣ୍ଡା ଆହୁରି ଦ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ରହିଛି।

ଫୁଲବାଣୀରେ ସବୁଠାରୁ କମ୍‌ ୪ ଡିଗ୍ରି ସେଲ୍‌ସିୟସ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏହା ହେଉଛି ରାଜ୍ୟର ଏବେ ସବୁଠାରୁ ଅଧିକ ଥଣ୍ଡା ସହର। ସେହିଭଳି ଭାବେ ଦାରିଙ୍ଗିବାଡ଼ିରେ ୫, ଅନୁଗୁଳରେ ୫.୬, କୋରାପୁଟରେ ୭, ସୁନ୍ଦରଗଡ଼ରେ ୬, ଝାରସୁଗୁଡ଼ାରେ ୭.୯, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବୌଦ୍ଧରେ ୯, ବାରିପଦାରେ ୯, ବଲାଙ୍ଗୀରରେ ୯.୨‌, ସୋପୁରରେ ୯.୪ ଡିଗ୍ରି ସେଲ୍‌ସିୟସ୍‌ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଟ୍ବିନ୍‌ ସିଟି ଭୁବନେଶ୍ବରରେ ୧୨.୪ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୧ ଡିଗ୍ରି ରେକର୍ଡ କରାଯାଇଛି। ପୂର୍ବରୁ ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତୁଷାରପାତ ହୋଇଥିବା ଖବର ପ୍ରକାଶ ପାଇଥିଲା। ମାତ୍ର ଡ୍ୟୁଟି ଅଫିସର୍‌ ମଦମ ମୋହନଙ୍କ କହିବାନୁଯାୟୀ ଏହା ତୁଷାରପାତ ନୁହେଁ, କାକରପାତ। ଯାହାକୁ ଗ୍ରାଉଣ୍ଡ ଫ୍ରଷ୍ଟ କୁହାଯାଉଛି। ତାପମାତ୍ରା ୦ ଡିଗ୍ରି ହେଲେ ଯାଇ ତୁଷାରପାତ ହୋଇଥାଏ।

 

The post ରାଜ୍ୟର ୧୨ ସହରରେ ୧୦ ଡିଗ୍ରିରୁ କମ୍‌ ତାପମାତ୍ରା, ଆହୁରି ୨ ଦିନ ଥରିବେ ରାଜ୍ୟବାସୀ first appeared on Sambad.



from ରାଜ୍ୟ – Sambad https://ift.tt/37GoPuP

Post a Comment

0 Comments