ରାଜମହେନ୍ଦ୍ରୀ ରେଳଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ, ୯ ଟ୍ରେନ୍‌ ବାତିଲ୍‌ ୪ଟିର ମାର୍ଗ ପରିବର୍ତନ

ଭୁବନେଶ୍ବର: ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଜୟୱାଡ଼ା ରେଳମଣ୍ଡଳ ଅନ୍ତର୍ଗତ ରାଜମହେନ୍ଦ୍ରୀ ରେଳଷ୍ଟେସନରେ ୟାର୍ଡ ନବୀକରଣ ସହ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ତାହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଓ ଏହା ମଧ୍ୟ ଦେଇ ଚଳାଚଳ କରୁଥିବା ୯ଟି ଯାତ୍ରୀବାହୀ ଟ୍ରେନ ବାତିଲ ହୋଇଛି। ଡିସେମ୍ବର ୨୫ରୁ ଜାନୁଆରି ୮ ମଧ୍ୟରେ ୬ ଯୋଡ଼ା ସ୍ବତନ୍ତ୍ର ପାର୍ସଲ ଟ୍ରେନ ଆଂଶିକ ବାତିଲ ରହିବ। ଏଥିସହ ୪ଟି ସ୍ବତନ୍ତ୍ର ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରାଯାଇଛି। ଓଡ଼ିଶାରୁ ଛାଡ଼ୁଥିବା ପୁରୀ-ଓଖା-ପୁରୀ ସ୍ବତନ୍ତ୍ର ଟ୍ରେନ ପୁରୀଠାରୁ ଡିସେମ୍ବର ୨୭ରୁ ଜାନୁଆରି ୩ ମଧ୍ୟରେ ଏବଂ ଓଖାଠାରୁ ଡିସେମ୍ବର ୩୦ରୁ ଜାନୁଆରି ୬ ମଧ୍ୟରେ ବିଜୟନଗରମ୍‌, ରାୟଗଡା, ଟିଟିଲାଗଡ଼, ରାଇପୁର-ଗୋଣ୍ଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ। ଏହି ସମୟ ମଧ୍ୟରେ ଏହା ବିଶାଖାପାଟଣା, ଅଣକାପଲ୍ଲୀ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡ଼ା, ୱାରାଙ୍ଗଲ୍‌, ରାମଗୁଣ୍ଡମ, ମଞ୍ଚେରାଲ, ସିରପୁର କାଗଜ ନଗର, ଚନ୍ଦ୍ରପୁର, ବାଲହରସା ଷ୍ଟେସନଗୁଡ଼ିକରେ ରହଣି କରିବ ନାହିଁ।

The post ରାଜମହେନ୍ଦ୍ରୀ ରେଳଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ, ୯ ଟ୍ରେନ୍‌ ବାତିଲ୍‌ ୪ଟିର ମାର୍ଗ ପରିବର୍ତନ first appeared on Sambad.



from ରାଜ୍ୟ – Sambad https://ift.tt/3aHJO2g

Post a Comment

0 Comments