
ଆସନ୍ତାବର୍ଷ ଓଡ଼ିଶାରେ ପର୍ଯ୍ୟଟନ ବିସ୍ଫୋରଣ ହେବ। ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଓଡ଼ିଶାରେ କ୍ରୁଜ୍, ସି ପ୍ଳେନ୍, ହାଉସ୍ ବୋଟିଂ ଭଳି ସୁବିଧା ମିଳିବ। ଓଡ଼ିଶା ପର୍ଯ୍ୟଟନ ପ୍ରତି ଲୋକଙ୍କ ଯେଉଁ ଭ୍ରାନ୍ତ ଧାରଣା ଥିଲା, ତାହା ଦୂର କରିବାରେ ସମର୍ଥ ହୋଇଛି ବୋଲି କହିଛନ୍ତି ରାଜ୍ୟ ପର୍ଯ୍ୟଟନ ନିର୍ଦେଶକ ସଚିନ ଆର୍. ଯାଦବ। ଚତୁର୍ଥ ଅଧିବେଶନରେ ଯୋଗଦେଇ ଶ୍ରୀ ଯାଦବ କହିଥିଲେ, ଓଡ଼ିଶା ଲୋକ କାହିଁକି ବୁଲିବାକୁ ଆସିବେ, ଏହି ପ୍ରଶ୍ନ ଏବେ ଅପ୍ରାସଙ୍ଗିକ ହୋଇଗଲାଣି। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ବେଶ୍ ଆଗରେ ରହିଛି। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ହିଁ ବିଭାଗ ଦ୍ରୁତ ଗତିରେ କାର୍ଯ୍ୟ ଆରମ୍ଭ କରିଥିଲା। ରାଜ୍ୟ ପର୍ଯ୍ୟଟନରେ ପୁରୀ ଏକମାତ୍ର ଜାଗା ନୁହେଁ। ରାଜ୍ୟରେ ୧୪ଟି ପ୍ରମୁଖ ପର୍ଯ୍ୟଟନ ଐତିହ୍ୟସ୍ଥଳୀ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସୁନ୍ଦର ସ୍ଥାନ ରହିଥିଲେ ହେଁ ଏସବୁ ସ୍ଥାନକୁ ନାମୀଦାମୀ ହୋଟେଲ ଆସିବାକୁ ରାଜି ହେଉନାହାନ୍ତି। ଏଭଳି ପରିସ୍ଥିତିରେ ହୋମ୍ ଷ୍ଟେ’କୁ ପ୍ରୋତ୍ସାହିତ କରାଯାଉଛି। ଏ ବାବଦରେ ଖୁବଶୀଘ୍ର ଏକ ସ୍କିମ୍ ଆସୁଛି ବୋଲି ସେ କହିଥିଲେ।
The post ୨୦୨୧ରେ ଓଡ଼ିଶାରେ ପର୍ଯ୍ୟଟନ ବିସ୍ଫୋରଣ ହେବ: ସଚିନ ଆର୍. ଯାଦବ first appeared on Sambad.
from ରାଜ୍ୟ – Sambad https://ift.tt/37xu7Zx
0 Comments