
ନୟାଗଡ଼: ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗ୍ରାମର ଅଭିଯୁକ୍ତ କଲେଜ ଛାତ୍ରକୁ କ୍ରାଇମବ୍ରାଞ୍ଚ ଆଜି ଗିରଫ କରିବା ପରେ ଆଜି ହେବାକୁ ଥିବା ଅଭିଯୁକ୍ତର ବଡ଼ ଭଉଣୀଙ୍କ ନିର୍ବନ୍ଧ ବାତିଲ ହୋଇ ଯାଇଛି। ଅନ୍ୟପକ୍ଷରେ ପୂରା ଘଟଣାର ଡେମୋ ପ୍ରଦର୍ଶନ ଲାଗି ଅଭିଯୁକ୍ତକୁ ଆସନ୍ତାକାଲି ସକାଳ ପ୍ରାୟ ୮ଟାରେ ଏସ୍ଆଇଟି ପକ୍ଷରୁ ଯଦୁପୁରକୁ ଅଣାଯିବ ବୋଲି ଜଣାପଡ଼ିଛି।
ଆଜି ସନ୍ଧ୍ୟାରେ ପରୀ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଅଭିଯୁକ୍ତର ଗିରଫ ନେଇ ତାଙ୍କର ମା ଓ ଭଉଣୀକୁ ସୂଚନା ଦେଇଥିଲେ। ଏସ୍ଆଇଟିର କିଛି ଅଧିକାରୀ ଯଦୁପୁରରେ ଅଭିଯୁକ୍ତର ଘରେ ପହଞ୍ଚି, ଅଭିଯୁକ୍ତ ନାବାଳକ ଥିବାରୁ ପରିବାରକୁ ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ କରିବାକୁ ବୁଝାଇଥିଲେ। ତେବେ ଭାଇର ଏଭଳି ଗିରଫଦାରିକୁ ଭଉଣୀ ବିଶ୍ବାସ କରିପାରିନାହିଁ। କାନ୍ଦି କାନ୍ଦି ତାଙ୍କ ଭାଇ ଏଭଳି କାର୍ଯ୍ୟ କରିନଥିବା ଏସ୍ଆଇଟିକୁ କହୁଥିବା ଦେଖିବାକୁ ମିଳିଥିଲା। ଭାଇ ନ ମୁକୁଳିଲେ, ବିବାହ କରିବେ ନାହିଁ ବୋଲି ଭଉଣୀ ଜଣକ କହିଥିଲେ। ଅପରପକ୍ଷେ ବିଧି ମୁତାବକ ଶଳା ବିଧା ମରା ନ ଗଲେ, ଆମେ ଏଠାରେ ବିବାହ କରିବୁ ନାହିଁ ବୋଲି ବର ପକ୍ଷ ଅଡ଼ି ବସିଥିବା ଜଣାପଡ଼ିଛି। ତେବେ ଗ୍ରାମବାସୀ ଓ ଏସ୍ଆଇଟି ବିବାହ କାର୍ଯ୍ୟ ନ ଅଟକାଇବା ପାଇଁ ଉକ୍ତ ପରିବାରକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ବିବାହରେ ଆମେ ସମସ୍ତ ସହଯୋଗ କରିବୁ ବୋଲି ଗ୍ରାମ ସଭାପତି କହିଛନ୍ତି। ଅଭିଯୁକ୍ତ ଛାତ୍ରର ବାପାଙ୍କର କିଛି ବର୍ଷ ତଳେ ମୃତ୍ୟ ଘଟିଥିବା ବେଳେ, ମା ଜଣେ ଆଶାକର୍ମୀ। ମା ହିଁ ଘର ଚଳାଉଥିଲେ। ଏସ୍ଆଇଟି ଅଭିଯୁକ୍ତର ଜବତ ଜିନିଷ ଆସନ୍ତାକାଲି ଫେରାଇବ ଏବଂ ଅଭିଯୁକ୍ତକୁ କାଲି ତା’ର ଗ୍ରାମ ଯଦୁପୁରକୁ ଆଣିବା ସହିତ ପକ୍ସୋ କୋର୍ଟରେ ହାଜର କରିବ।
The post ଭଉଣୀ ନିର୍ବନ୍ଧ ଅଟକିଲା, ପରିବାରକୁ ଅବଗତ କଲା ଏସ୍ଆଇଟି first appeared on Sambad.
from ରାଜ୍ୟ – Sambad https://ift.tt/3riiFZA
0 Comments