ଜାତୀୟ ରାଜପଥରେ ଓଲଟିଲା ମିନି ବସ୍: ଜଣେ ମୃତ, ୬ ଗୁରୁତର

ରାଉରକେଲା : ୧୪୩ ନଂ ଜାତୀୟ ରାଜପଥର ବାଲୁଘାଟ ଏନଏଚ ଡାକ ବଙ୍ଗଳା ନିକଟରେ ଏକ ମିନି ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛିl ଏହା ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛିl ବସରେ ଥିବା ଅନ୍ୟ ଛଅ ଯାତ୍ରୀ ଗୁରୁତର ହୋଇଛନ୍ତି l ବସଟି ଲାଠିକଟାରୁ ରାଉରକେଲା ଆସୁଥିଲାl ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିl ରଘୁନାଥପାଲି ପୁଲିସ ଦୁର୍ଘଟଣାଗ୍ରସ୍ତ ବସଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୭ଟା ରେ ଘରୋଇ ମିନି ବସ (ମା ତାରିଣୀ) ୧୫ଜଣ ଯାତ୍ରୀଙ୍କୁ ନେଇ ଲାଠିକଟାରୁ ରାଉରକେଲା ଆସୁଥିଲାl ଅଧ ଘଣ୍ଟା ପରେ ଅର୍ଥାତ ୮ଟାରେ ବାଲୁଘାଟ ଏନଏଚ ଡାକବଙ୍ଗଳା ସମ୍ମୁଖରେ ଭାରସାମ୍ୟ ହରାଇ ଡିଭାଇଡଡରକୁ ପିଟି ରାସ୍ତାରେ ଓଲଟି ପଡ଼ିଥିଲାl ସ୍ଥାନୀୟ ଲୋକେ ବସ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ l ଗୁରୁତର ଓ ଆହତ ଯାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ l

The post ଜାତୀୟ ରାଜପଥରେ ଓଲଟିଲା ମିନି ବସ୍: ଜଣେ ମୃତ, ୬ ଗୁରୁତର first appeared on Sambad.



from ରାଜ୍ୟ – Sambad https://ift.tt/37T2lal

Post a Comment

0 Comments