
ଯାଜପୁର: ଯାଜପୁରରେ ଘଟିଛି ଏକ ଅଭାବନୀୟ ଘଟଣା।ମା ବିରଜା ମନ୍ଦିର ନିକଟକୁ ଯାଇଥିବା ବେଳେ ତାଙ୍କର ହୃଦଘାତ ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅଞ୍ଚଳର ରତ୍ନାକର ମହାନ୍ତିଙ୍କ ପୁଅ ଦୁର୍ଯ୍ୟୋଧନ ମହାନ୍ତି(୩୨) ସଂର୍ପକୀୟଙ୍କ ସହ ଯାଜପୁର ବୁଲିବାକୁ ଆସିଥିଲେ। ଗତକାଲି ଅପରାହ୍ନରେ ସେ ମା ବିରଜା ମନ୍ଦିର ନିକଟକୁ ଯାଇଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ଘଟଣା ସ୍ଥଳରୁ ଆଣି ତାଙ୍କୁ ସ୍ଥାନୀୟ ଲୋକ ସଂର୍ପକୀୟଙ୍କ ସହଯୋଗରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଦେହ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।
The post ଯାଜପୁର ବୁଲିବାକୁ ଆସିଥିବା ଯୁବକଙ୍କର ହୃଦଘାତରେ ମୃତ୍ୟୁ first appeared on Sambad.
from ରାଜ୍ୟ – Sambad https://ift.tt/3aEYEH0
0 Comments