
ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୧ ପ୍ରତିଶତକୁ ଖସି ଆସିଛି। ରାଜ୍ୟରେ ଏବେ ୪୩୮୬କୁ ଖସି ଆସିଛି। ଯାହାକି ସମୁଦାୟ ସଂକ୍ରମିତଙ୍କ ୧.୩୭ ପ୍ରତିଶତ। ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮୦ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୯ହଜାର ୫୮୩କୁ ବୃଦ୍ଧି ପାଇଛି। ତେବେ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଜଗତସିଂହପୁରରୁ ୨ଜଣ, ବାଲେଶ୍ବର, ଝାରସୁଗୁଡ଼ା, ଖୋର୍ଧା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୭୫୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୬୬୦ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୩ ହଜାର ୩୯୪ କୁ ବୃଦ୍ଧି ପାଇଛି।
The post ରାଜ୍ୟରେ ଏବେ ୧% ଚିକିତ୍ସାଧୀନ ରୋଗୀ first appeared on Sambad.
from ରାଜ୍ୟ – Sambad https://ift.tt/2Vu6Gtt
0 Comments