ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ଜଣାଯାଇଛି। ସେ ମୁଖ୍ୟ ଶାସନ ସଚିବ ବ୍ୟତୀତ ମୁଖ୍ୟ ଉନ୍ନୟନ କମିସନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି ।୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ଏକ ପ୍ରକାରର ଚର୍ଚ୍ଚା ଚାଲିଥିଲା। ସେ ୧୪ ମାସ ଲାଗି କାର୍ଯ୍ୟ କରିବେ ବୋଲି ଜଣାଯାଇଛି। ପୂର୍ବରୁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସୁଚାରୁ ରୂପେ ଦାୟିତ୍ବ ତୁଲାଇଥିଲେ।
ଅପରପକ୍ଷରେ ଏବେକାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଏହାଛଡ଼ା ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଉପଦେଷ୍ଟା ଭାବେ ବି ଦାୟିତ୍ବ ତୁଲାଇବେ। ସୂଚନାଯୋଗ୍ୟ, ୨୦୧୯ ମସିହା ୧୫ ଅଗଷ୍ଟ ତାରିଖରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରାଯାଇଥିଲା। ଡିସେମ୍ବର ୩୧ ତାରିଖରେ ସେ ଅବସର ଗ୍ରହଣ କରିବେ।
ଏଣେ ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଛି | ଏହାଛଡ଼ା ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ।
The post ସୁରେଶ ଚନ୍ଦ୍ର ମହାପାତ୍ର ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ first appeared on Sambad.
from ରାଜ୍ୟ – Sambad https://ift.tt/3rr8ZMA
0 Comments