କୋରାପୁଟରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ; ୧୩ଟି ଓ୍ଵାଗନ୍‌ ପ୍ରଭାବିତ

ଜୟପୁର: ମଙ୍ଗଳବାର ପ୍ରତ୍ୟୁଷରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜରଟି ମାଳିଗୁଡ଼ା ଷ୍ଟେସନ ମଧ୍ୟ ଦେଇ ଯାଇଥିବା ରେଳ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ମାଲବାହୀ ଟ୍ରେନ୍‌ କେଭିଏଫ୍‌/୫୦ ମାଲ୍‌ ନେଇ କିରଣ୍ଡଲ୍‌ରୁ ବିଶାଖାପାଟଣା ଯାଉଥିବା ବେଳେ ପାହାନ୍ତା ପ୍ରାୟ ୪.୩୦ ମିନିଟ୍‌ରେ ମାଳିଗୁଡ଼ା ଟନେଲ୍‌ ମଧ୍ୟରେ ଧାରଣାଚ୍ୟୁତ ହୋଇଥିଲା। ଧାରଣାଚ୍ୟୁତ ହେବା ଯୋଗୁଁ ଟ୍ରେନ୍‌ର ୧୩ଟି ଓ୍ଵାଗନ୍‌ ପ୍ରଭାବିତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

କେବଳ ରେଳ ଧାରଣା ନଷ୍ଟ ହୋଇଥିବାରୁ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଆଗେଇ ଚାଲିଛି। ୨୪ ଘଣ୍ଟା ମଧ୍ୟରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି।

ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଅଧିକ ଦ୍ରୁତ ଗତି ଯୋଗୁଁ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି।

ଏହି ମାଲ୍‌ବାହୀ ଟ୍ରେନ୍‌ ପଛେ ପଛେ ଆସୁଥିବା ବିଶାଖାପାଟଣା କିରଣ୍ଡୁଲ୍‌ ଏକ୍ସ୍‍ପ୍ରେସ୍‌ ଟ୍ରେନ୍‌ ସମ୍ପ୍ରତି କୋରାପୁଟରୁ ଫେରି ଯାଇଛି।

The post କୋରାପୁଟରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ; ୧୩ଟି ଓ୍ଵାଗନ୍‌ ପ୍ରଭାବିତ first appeared on Sambad.



from ରାଜ୍ୟ – Sambad https://ift.tt/38LqhLZ

Post a Comment

0 Comments