
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜାତୀୟ ଗ୍ରାମୀଣ ମେଧା ଅନ୍ବେଷଣ(ଏନ୍ଆର୍ଟିଏସ୍-୨୦୨୦) ପରୀକ୍ଷା ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡ ବୋର୍ଡ୍ ୱେବ୍ସାଇଟ୍ www.bseodisha.ac.in ରେ ଛଡ଼ାଯାଇଛି। ଏନ୍ଆର୍ଟିଏସ୍-୨୦୨୦ ପରୀକ୍ଷା ଚଳିତ ଡିସେମ୍ବର ମାସ ୧୫ତାରିଖରେ ସକାଳ ୧୦ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ୨୬୧ଟି ପରୀକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତବର୍ଷ ମୋଟ ୩୨୪୩୧ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ତଥା ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
The post ଜାତୀୟ ଗ୍ରାମୀଣ ମେଧା ଅନ୍ବେଷଣ (ଏନ୍ଆର୍ଟିଏସ୍) ପରୀକ୍ଷା ୧୫ରେ first appeared on Sambad.
from ରାଜ୍ୟ – Sambad https://ift.tt/3mVXWZg
0 Comments