
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ-ଜି)ର ସ୍ଥାୟୀ ୱେଟିଂ ଲିଷ୍ଟ୍ରେ ସାମୁଦ୍ରିକ ବାତ୍ୟା ଫନି ଦ୍ବାରା ପ୍ରଭାବିତ ଲୋକମାନଙ୍କ ନାମକୁ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ଫନି ଦ୍ବାରା ପ୍ରଭାବିତ ୧୪ ଜିଲ୍ଲାରେ ୭.୮୭ ଲକ୍ଷ ଘରକୁ ଚିହ୍ନଟ କରି ଜିଓ ଟ୍ୟାଗ୍ କରାଯିବା ସହ ଆଧାର ସିଡିଂ କରାଯାଇଛି। ସେହି ସମସ୍ତ ହିତାଧିକାରୀଙ୍କୁ ସ୍ବତନ୍ତ୍ର ଘର ଆବଣ୍ଟନ କରିବା ଲାଗି ସେମାନଙ୍କୁ ପିଏମ୍ଏୱାଇର ସ୍ଥାୟୀ ୱେଟିଂ ଲିଷ୍ଟ୍ରେ ସାମିଲ କରାଯାଉ। ଏହା କେବଳ ଫନି ଦ୍ବାରା ପ୍ରଭାବିତ ପରିବାର ପାଇଁ ଲାଭଦାୟକ ହେବନି ନାହିଁ, ବରଂ ବାତ୍ୟା ପ୍ରବଣ ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ଲାଗି ଏକ ସୁରକ୍ଷିତ ଘର ପ୍ରଦାନ କରିହେବ। ପିଏମ୍ଏୱାଇ (ଜି)ର ସ୍ଥାୟୀ ୱେଟିଂ ଲିଷ୍ଟ୍ରୁ ବାଦ ପଡ଼ିଥିବା ୧୬ଟି ଫନି ପ୍ରଭାବିତ ଜିଲ୍ଲାର ୬.୦୭ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି। ସମସ୍ତଙ୍କ ପାଇଁ ସୁରକ୍ଷିତ ଘର ନିଶ୍ଚିତ କରିବା ଲାଗି ଏହି ଘରଗୁଡ଼ିକୁ ଜିଓ ଗ୍ୟାଟ୍ କରିବା ନିମନ୍ତେ ଆୱାସ୍ + ମୋବାଇଲ୍ ଆପ୍ ୱିଣ୍ଡୋ ଖୋଲିବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
The post ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ସ୍ଥାୟୀ ୱେଟିଂ ଲିଷ୍ଟ୍ରେ ଫନି ପ୍ରଭାବିତକୁ ସାମିଲ କରାଯାଉ first appeared on Sambad.
from ରାଜ୍ୟ – Sambad https://ift.tt/2J0k8CO
0 Comments