ଏମ୍‌ବିବିଏସ୍‌ ସେମିଷ୍ଟର୍‌ ଲାଗି ସମ୍ଭାବ୍ୟ ତାରିଖ ଘୋଷଣା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ସମ୍ଭାବ୍ୟ ପରୀକ୍ଷା ତାରିଖ ଘୋଷଣା ହୋଇଛି। ୨୦୨୧ରୁ ୨୦୨୪ ମସିହା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାରିଖଗୁଡ଼ିକ ଘୋଷଣା କରାଯାଇଛି। କେଉଁ ମାସରେ କେଉଁ ସେମିଷ୍ଟର୍‌ ପରୀକ୍ଷା ହେବ, ସେନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ବ୍ରହ୍ମପୁର, ଫକୀର ମୋହନ, ସମ୍ବଲପୁର, ଉତ୍ତର ଓଡ଼ିଶା, କିଟ୍‌ ଡିମ୍‌ଡ ବିଶ୍ବବିଦ୍ୟାଳୟ ଓ ସୋଆ ଡିମ୍‌ଡ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି। ବିଶ୍ବବିଦ୍ୟାଳୟଗୁଡ଼ିକ ଏନେଇ ବିଜ୍ଞପ୍ତି ଜାରି କରିବେ। ପୂର୍ବରୁ ଜାରି ହୋଇଥିବା ସମସ୍ତ ବିଜ୍ଞପ୍ତିକୁ ବାତିଲ୍‌ କରାଯିବ।

The post ଏମ୍‌ବିବିଏସ୍‌ ସେମିଷ୍ଟର୍‌ ଲାଗି ସମ୍ଭାବ୍ୟ ତାରିଖ ଘୋଷଣା first appeared on Sambad.



from ରାଜ୍ୟ – Sambad https://ift.tt/3a1g40g

Post a Comment

0 Comments