ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟରେ ଶ୍ରୀମନ୍ଦିରର ଭୁଲ ଚିତ୍ର

ପୁରୀ : ପର୍ଯ୍ୟଟନର ବିକାଶ କଥା କହୁଥିବା ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ କେନ୍ଦ୍ର ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟରେ ଭୁଲଭାବେ ଚିତ୍ରଣ କରିଛି। ପୁରୀ ଶ୍ରୀମନ୍ଦିର ଚିତ୍ର ବଦଳରେ ବାଲେଶ୍ବରର ଇମାମି ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ଭାବେ ଚିତ୍ରଣ କରାଯାଇଛି। ଅତୁଲ୍ୟ ଭାରତ ଲିଙ୍କ୍‌ରେ କେନ୍ଦ୍ର ପର୍ଯ୍ୟଟନ ବିଭାଗ ବିଭିନ୍ନ ଧାର୍ମିକ ସ୍ଥଳର ଫଟୋ ଦେଇଥିବା ବେଳେ ଶ୍ରୀମନ୍ଦିରକୁ ଏଥିରେ ଭୁଲ ଚିତ୍ରଣ କରାଯାଇଛି। ଏହାକୁ ନେଇ ବିରୋଧର ସ୍ୱର ଉଠିଛି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହାର ଦୃଢ ବିରୋଧ କରିବା ସହ ଆଇନ ଆଶ୍ରୟ ନେବେ ବୋଲି କହିଛନ୍ତି। ସେପଟେ ଅନ୍ୟ ସେବାୟତ ବି ଏହାର ଦୃଢ ବିରୋଧ କରିଛନ୍ତି ।

The post ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟରେ ଶ୍ରୀମନ୍ଦିରର ଭୁଲ ଚିତ୍ର first appeared on Sambad.



from ରାଜ୍ୟ – Sambad https://ift.tt/3otPKjh

Post a Comment

0 Comments