ନାବାଳିକା ମୁହଁକୁ ବ୍ଲେଡ଼୍‌ରେ କାଟିଦେଲା ସାବତ ମାଆ

ବାଲିଗୁଡ଼ା : ରାଗରେ ୯ ବର୍ଷର ଝିଅର ମୁହଁକୁ ଧାରୁଆ ବ୍ଲେଡ଼୍‌ରେ କାଟିଦେଲା ସାବତ ମାଆ। ଝିଅଟି ବ୍ଲେଡ଼୍‌ ଛଡ଼ାଇବା ବେଳେ ଅସାବଧାନତାବଶତଃ ସାବତ ଭାଇ ଦେହରେ ବ୍ଲେଡ଼୍‌ ବାଜି ଯିବାରୁ ରାଗରେ ସାବତ ମାଆ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ଖବର ପାଇ ଚାଇଲ୍ଡ ଲାଇନ୍‌କୁ ଟିମ ନାବାଳିକାକୁ ଉଦ୍ଧାର କରିବା ସହ ଡାକ୍ତରଖାନା ନେଇ ଚିକିତ୍ସା କରାଇଛି।

ସୂଚନା ଅନୁଯାୟୀ ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଗ୍ରାମରେ ଦିଲ୍ଲୀପ ଦିଗାଳଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ତାଙ୍କର ଏକ ୯ ବର୍ଷର ଝିଅ ରହିଛି। ପରେ ସେ ପାର୍ବତୀ କହଁରଙ୍କୁ ଦ୍ବିତୀୟ ବିହାହ କରିଛନ୍ତି। ଆଜି ପାର୍ବତୀଙ୍କ ଦୁଇ ପିଲା ଖେଳୁଥିବା ବେଳେ ନାବାଳିକା ଜଣକ ଏକ ବ୍ଲେଡ଼୍‌ ଧରିଥିବା ଦେଖିଥିଲେ। ତୁରନ୍ତ ସେ ଝିଅଠୁ ବ୍ଲେଡ଼୍‌ଟିକୁ ଛଡ଼ାଇବାକୁ ଚେଷ୍ଟା କରିଥିଲୋ। ଏହି ସମୟରେ ଅସାବଧାନତା କାରଣରୁ ସାବତଭାଇ ଦେହରେ ବ୍ଲେଡ୍‌ ବାଜି ଯାଇଥିଲା। ଏହାଦେଖି ସାବତ ମାଆ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ ଏବଂ ବ୍ଲେଡ଼୍‌ଟିକୁ ଛଡ଼ାଇ ନେଇ ନାବାଳିକାର ମୁହଁକୁ କାଟି ଦେଇଥିଲେ ବୋଲି ଜଣାପଡ଼ିଛି।

The post ନାବାଳିକା ମୁହଁକୁ ବ୍ଲେଡ଼୍‌ରେ କାଟିଦେଲା ସାବତ ମାଆ first appeared on Sambad.



from ରାଜ୍ୟ – Sambad https://ift.tt/2VxGAG3

Post a Comment

0 Comments