
ରାଜସୁନାଖଳା: ୫ ଦିନ ତଳୁ ନିଖୋଜ ହୋଇଥିବା ଶିଶୁକନ୍ୟା ସ୍ବାତୀର ମୃତଦେହ ମିଳିଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଧିପାଟଣା ଗ୍ରାମର ଏହି ଶିଶୁ ନିଖୋଜକୁ ନେଇ ତମ୍ବିତୋଫାନ ଲାଗିରହିଥିଲା। ଗ୍ରାମର ଏକ ପୋଖରୀରେ ଆଜି ତା’ର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି। ଶିଶୁଟିକୁ ହତ୍ୟାକରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।
ଆଜି ସକାଳେ ବଧିପାଟଣା ତଅଁଳା ସାହି ପୋଖରୀରେ ଏକ ଶିଶୁର ଶବ ଭାସୁଥିବା କିଛି ପିଲା ଦେଖିଥିଲେ। ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ସ୍ଥାନୀୟ ରଣପୁର ପୁଲିସ ପୋଖରୀ ନିକଟରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଗ୍ରାମରେ ବୈଠକ ଚାଲିଥିବା ବେଳେ ଗାଁ’ରେ ଚୋର ପଶିଥିବା କହି କିଛି ବ୍ୟକ୍ତି ହୋ’ହଲ୍ଲା କରିବାରୁ ଗ୍ରାମବାସୀ ଦୌଡ଼ାଦୌଡ଼ି ହୋଇଥିଲେ। କୌଣସି ଦୁର୍ବୃତ୍ତ ଏହି ସମୟରେ ପୋଖରୀରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ରଣପୁର ଆଇଆଇସି ଜ୍ୟୋତିପ୍ରକାଶ ପଣ୍ତା କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ମୃତ ନାବାଳିକାର ଶବ ବ୍ୟବଚ୍ଛେଦ ନିମନ୍ତେ କଟକସ୍ଥିତ ଫୋରେନସିକ୍ ଲାବ୍କୁ ପଠାଯାଇଛି ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତକୁ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି।
The post ସ୍ବାତୀକୁ ହତ୍ୟା କରି ଫିଙ୍ଗିଦେଲେ! first appeared on Sambad.
from ରାଜ୍ୟ – Sambad https://ift.tt/2LGnHis
0 Comments