ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଶିଶୁର ମୃତଦେହ

ଯୋରନ୍ଦା: ଗତ ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗ୍ରାମରେ ନିଖୋଜ ହୋଇଥିବା ଜଣେ ୩ ବର୍ଷିୟ ପିଲାର ମୃତଦେହକୁ ଏକ ପରିତ୍ୟକ୍ତ କୂଅ ଭିତରୁ ଆଜି ପାହାନ୍ତା ପ୍ରାୟ ୪ଟା ବେଳେ ଉଦ୍ଧାର କରାଯାଇଛି।

ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଥିବା ଉକ୍ତ ଅବ୍ୟବହୃତ କୂଅରୁ ଗଁଦିଆ ଦମକଳବାହିନୀ କାଳିଆ ନାମକ ସେ ପିଲାର ଶବ ବାହାର କରିଥିଲେ। ନନ୍ଦ ନ ଥିବା ସେ କୂଅର ଚାରି ପଟେ ତାର ବାଡ଼ା ଘେରାଯାଇଛି।

ଖେଳୁଥିବା ସମୟରେ ଖଙ୍କିରା ଗ୍ରାମର ବାସିନ୍ଦା ଚନ୍ଦନ ସାହୁଙ୍କ ସାନପୁଅ କାଳିଆ ହଠାତ୍‌ କୁଆଡ଼େ ଚାଲିଯାଇଥିଲା। ଗାଁ ଲୋକେ ଅନେକ ଜାଗାରେ ଖୋଜାଖୋଜି କରିବା ପରେ ସୁଦ୍ଧା କାଳିଆର ପତ୍ତା ମିଳି ନ ଥିଲା।

Image Courtesy of The Times of India

ଏହାପରେ ଗ୍ରାମବାସୀମାନେ ରାତି ତମାମ ଗାଁ ଏବଂ ଆଖପାଖରେ କୂଅ ପୋଖରୀରେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ୨ଟା ପରେ ସେମାନେ ଉକ୍ତ କୂଅରେ କାଳିଆର ସନ୍ଧାନ ପାଇଥିଲେ।

ଏ ସଂକ୍ରାନ୍ତରେ ବାପା ଚନ୍ଦନ ସାହୁ ଓ ଅନ୍ୟମାନେ ଥାନାରେ ଅବଗତ କରାଇବା ପରେ ଥାନାର ଭାରପ୍ରାପ୍ତ ଅଧିକାରୀ ଦମକଳ ବାହିନୀକୁ ଖବର ଦେଇଥିଲେ। ସେମାନେ ଆସି ପରିତ୍ୟକ୍ତ କୂଅରୁ କାଳିଆକୁ ମୃତାବସ୍ଥାରେ ଉଦ୍ଧାର କରିଥିଲେ। ମୃତ କାଳିଆର ମୁଣ୍ଡରେ ଆଘାତ ହୋଇଥିବା କଥା କୁହାଯାଉଛି।

The post ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଶିଶୁର ମୃତଦେହ first appeared on Sambad.



from ରାଜ୍ୟ – Sambad https://ift.tt/3mrOZpB

Post a Comment

0 Comments