ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ଅନୁଭବ ମହାନ୍ତି, ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ କଲେ

କଟକ: ସୁରକ୍ଷା ମାଗି ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ଅଭିନେତା- ସାଂସଦ ଅନୁଭବ ମହାନ୍ତି। ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣାକୁ ଦର୍ଶାଇଛନ୍ତି ଅନୁଭବ। ସେ ଚିଠିରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଦର୍ଶାଇଛନ୍ତି। କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।

ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ। ତେଣୁ ଏହି ଅଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଯଦି ଅଡିଓ ମିଛ ହୋଇଥାଏ, ତାହାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଅଡିଓ ସତ ହେଲେ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଅନୁଭବ ଡିଜିପିଙ୍କୁ ଚିଠି ଲେଖିଛନ୍ତି ।

The post ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ଅନୁଭବ ମହାନ୍ତି, ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ କଲେ first appeared on Sambad.



from ରାଜ୍ୟ – Sambad https://ift.tt/3p8UfAa

Post a Comment

0 Comments