ପଶ୍ଚିମବଙ୍ଗରେ ଇଣ୍ଡିଆନ ଅଏଲ୍‌ର ଲ୍ୟୁବ୍ରିକାଣ୍ଟ ପ୍ଲାଣ୍ଟ୍‌ର ଲୋକାର୍ପଣ

ଭୁବନେଶ୍ୱର: ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲ୍‌ର ଅତ୍ୟାଧୁନିକ ଲ୍ୟୁବ୍ରିକାଣ୍ଟ ପ୍ଲାଣ୍ଟ୍‌ ଲୋକାର୍ପଣ କରିଛନ୍ତି। ଏହି ପ୍ଲାଣ୍ଟ୍‌ ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶର ଗେମ୍‌ ଚେଞ୍ଜର୍‌ ହେବ ଏବଂ ବିଶ୍ୱସ୍ତରୀୟ ଲ୍ୟୁବ୍ରିକାଣ୍ଟ୍ ପାଇବାରେ ଭାରତକୁ ଆତ୍ମନିର୍ଭର କରିବ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଦୃଷ୍ଟିକୋଣରେ ଥିବା ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଏହା ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଥିଲେ। ମନ୍ତ୍ରୀ କହିଥିଲେ ଯେ ଇଣ୍ଡିଆନ ଅଏଲ ଦ୍ୱାରା ନିର୍ମିତ ସର୍ଭୋ ଲ୍ୟୁବ୍ରିକାଣ୍ଟ୍‌ ବିଶ୍ୱସ୍ତରୀୟ ସ୍ୱଦେଶୀ ନିର୍ମିତ ଲ୍ୟୁବ୍ରିକାଣ୍ଟ୍‌, ଯାହା ଆତ୍ମନିର୍ଭର ଭାରତରେ ବଡ଼ ଉଦାହରଣ। ସର୍ଭୋର ବିସ୍ତୃତ ସରବରାହ କାରଣରୁ ଏହା ଅଟୋ ମୋବାଇଲ୍‌, ଶିଳ୍ପ, ସାମୁଦ୍ରିକ ଜାହାଜ, ରେଳବାଇ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ବିଶେଷ ବିଭାଗର ଆବଶ୍ୟକତାକୁ ପୂରଣ କରିଥାଏ। ଏହି ଲ୍ୟୁବ୍ରିକାଣ୍ଟ୍‌ ଭାରତର ଇନ୍ଧନ କ୍ଷେତ୍ରରେ ଥିବା ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ। ଆଗାମୀ ଦିନରେ ମୁମ୍ବାଇ ଓ ଚେନ୍ନାଇରେ ଲୁବ୍ରିକାଣ୍ଟ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେବ। ଏହାର ଅଭିବୃଦ୍ଧି ଭଲ ରହିଛି ଓ ବିଶ୍ୱରେ ଉର୍ଜା ଅଭିବୃଦ୍ଧିରେ ଭାରତ ଆଗରେ ରହିଛି । ଉର୍ଜାର ଅଭିବୃଦ୍ଧି କାରଣରୁ ଭାରତର ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଉତ୍ତର ପୂର୍ବ ଅଞ୍ଚଳର ବିକାଶ ହେବ।

The post ପଶ୍ଚିମବଙ୍ଗରେ ଇଣ୍ଡିଆନ ଅଏଲ୍‌ର ଲ୍ୟୁବ୍ରିକାଣ୍ଟ ପ୍ଲାଣ୍ଟ୍‌ର ଲୋକାର୍ପଣ first appeared on Sambad.



from ରାଜ୍ୟ – Sambad https://ift.tt/2KE25Ti

Post a Comment

0 Comments